www.samajalive.in
Saturday, December 6, 2025
16.1 C
Bhubaneswar

୨୯ ମାମଲାରେ ସମ୍ପୃକ୍ତ ବୁଚି ପାତ୍ର ଗିରଫ

ଗୋପାଳପୁର: ୨୪ରୁ ଅଧିକ ମାମଲାରେ ଜଡିତ ଥିବା କୁଖ୍ୟାତ ଅପରାଧୀ ସନ୍ତୋ​‌ଷ ପାତ୍ର ଓରଫ ବୁଚି ପାତ୍ରକୁ ଗିରଫ କରିଛି ଗୋଳନ୍ଥରା ପୁଲିସ। ସନ୍ତୋଷର ଘର ମେଲକୁତୁର ଗ୍ରାମରେ। ତା’ ନାମରେ ଏନଡିପିଏସ ମାମଲାରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ଏହି କ୍ରମରେ ଗୋଳନ୍ଥରା ପୁଲିସ ଅଭିଯୁକ୍ତ ବୁଚିକୁ ଗିରଫ କରିଛି। ବୁଚି ବିରୋଧରେ ଆସିକା, ବୁଗୁଡ଼ା, କୋଦଳା, ପୋଲସରା, କବି ସୂର୍ଯ୍ୟନଗର, ଖଲ୍ଲିକୋଟ, ବ୍ରହ୍ମପୁର ଟାଉନ ଥାନା, ଗୋପାଳପୁର, ଦିଗପହଣ୍ଡି, ଗୋଷାଣିନୂଆଗାଁ, ବିଏନପୁର ସମେତ ଗୋଳନ୍ଥରା ଥାନାରେ ୨୯ଟି ଆପରାଧିକ ମାମଲା ରହିଛି। ଏସବୁ ମଧ୍ୟରେ ଚୋରି, ଡକାୟତି, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ବିସ୍ଫୋରୋକ ସାମଗ୍ରୀ ରଖିବା, ହତ୍ୟା ଉଦ୍ୟମ ଭଳି ମାମଲା ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୁଲିସ ଆରକ୍ଷୀ ଅଧୀକ୍ଷକ ଭାବେ ଡ. ଏମ. ଶ୍ରବଣ ବିବେକ ଯୋଗଦେବା ପରେ ବିଭିନ୍ନ ଥାନା ଅଞ୍ଚଳରେ ଫେରାର ଥିବା ଅପରାଧୀଙ୍କୁ ଜେଲ ରାସ୍ତା ଦେଖାଇବା ପାଇଁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି। ଏହି କ୍ରମରେ ୨ ଦିନ ମଧ୍ୟରେ ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନରେ ରହିଥିବା ବିଭିନ୍ନ ଥାନା ପକ୍ଷରୁ ୧୫ ଜଣ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories