କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ୨୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍‍ କରାଯାଉଛି । ଆସନ୍ତାମାସ ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା ୨୨୪ଟି ଆସନପାଇଁ ୩ ହଜାରରୁ  ଅଧିକ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ପ୍ରାର୍ଥୀପତ୍ର ଦାଖଲପାଇଁ ମଙ୍ଗଳବାର ଶେଷ ଦିନ ଥିଲା ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆସନ୍ତା ଶୁକ୍ରବାର ୨୭ ତାରିଖ ହେଉଛି ଶେଷ ଦିନ । ତେବେ ପ୍ରକୃତରେ କେତେ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି, ସେ ବିଷୟରେ ରାଜ୍ୟ ନିର୍ବାଚନ କମିଶନ୍‍ ଏପର୍ଯ୍ୟନ୍ତ କିଛି ସୂଚନା ଦେଇ ନାହାନ୍ତି । ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ପ୍ରଚାର ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଓ ବି.ଜେ.ପି. ମଧ୍ୟରେ ଟ୍ୱିଟର୍‍ ବାର୍ତ୍ତାରେ ନିର୍ବାଚନ ଯୁଦ୍ଧ ଆରମ୍ଭ ହୋଇଗଲାଣି । ଟ୍ୱଟ୍‍ କରି ଶ୍ରୀ ସିଦ୍ଧରମୟା କହିଛନ୍ତି, ସ୍ଥାନୀୟ କନ୍ନଡ଼ ନେତା ଓ ବହାର ନେତାମାନଙ୍କ ମଧ୍ୟରେ ବିଜେପି ନିର୍ବାଚନ ଯୁଦ୍ଧ ଆରମ୍ଭ କରିଛି । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ଟ୍ୱିଟ୍‍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ଦେଖି ସିଦ୍ଧରମୟା ହତାଶ ହୋଇ ପଡିଛନ୍ତି ।

Leave A Reply