ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରି ରଖିଛି। ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା ୨୨ ଯାଏଁ ରହିବ ବୋଲି ଏସଆରସି ସୋମବାର ସୂଚନା ଦେଇଛନ୍ତି। ପଶ୍ଚିମ ଓଡ଼ିଶାର କିଛି ଜିଲାରେ ତାପମାତ୍ରା ବଢିବା ସହ ୨୨ ଯାଏଁ ସାରା ରାଜ୍ୟରେ ତାପମାତ୍ରା ଆହୁରି ବଢିବ ବୋଲି ସେ କହିଛନ୍ତି। ଜଳଛତ୍ର ସହ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା କ୍ଷୟକ୍ଷତି ଆକଳନ ଚାଲିଛି, ମେ’ ଶେଷ ସୁଦ୍ଧା କେନ୍ଦ୍ରକୁ ଦାବିପତ୍ର ଦିଆଯିବ ବୋଲି ସେ କହିଛନ୍ତି।
୨୨ ଯାଏଁ ତାତିରୁ ନାହିଁ ନିସ୍ତାର, ପଶ୍ଚିମ ଓଡ଼ିଶାରେ ବଢିବ ତାପମାତ୍ରା
Popular Categories



