www.samajalive.in
Sunday, December 14, 2025
17.1 C
Bhubaneswar

ବାତ୍ୟାର ୧୨ ଦିନ ବିତିଲାଣି, ରାସ୍ତାରେ ପଡିରହିଛି ଗଛ

ନେମାଳ: ନେମାଳ ଥାନା ଅଞ୍ଚଳରେ ଫନି ବାତ୍ୟାରେ ବଡ ବଡ ଗଛ ଭାଙ୍ଗି ପଡିଥିବା ବେଳେ ଅଦ୍ୟାବଧି ବହୁ ଗଛ ରାସ୍ତା ଉପରେ ପଡି ରହିଛି। ରାସ୍ତା ସଫେଇ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନିକଟର ଏକ ପ୍ରମୁଖ ରାସ୍ତା ଉପରେ ବରଗଛ ଉପୁଡି ପଡିଥିବାରୁ ରାସ୍ତା ସଂପୂର୍ଣ୍ଣ ଅବରୋଧ ହୋଇପଡିଛି। ଯାହାଫଳରେ ପୀଠକୁ ଯାତାୟାତରେ ଶ୍ରଦ୍ଧାଳୁମାନେ ବହୁ ଅସୁବିଧା ଭୋଗୁଛନ୍ତି। ବାତ୍ୟାର ୧୨ ଦିନ ପରେ ବି  ଗଛ କଟାଯାଇ ନ ଥିବାରୁ ସ୍ଥାନୀୟ ଲୋକେ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠକୁ ଦୈନଦିନ ଶତାଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଉକ୍ତ ବୃକ୍ଷକୁ ତୁରନ୍ତ ସଫା କରାଯାଇ ଯାତାୟାତର ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ସେହିପରି ପୀଠ ଚାରିପାର୍ଶ୍ଵରେ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories