www.samajalive.in
Sunday, December 14, 2025
17.1 C
Bhubaneswar

ସରକାରଙ୍କୁ ଜଣାଇଲା ସେନା – ନିମ୍ନମାନର ଗୋଳାବାରୁଦ ପାଇଁ ବୃଦ୍ଧି ପାଉଛି ଦୁର୍ଘଟଣା

ନୂଆଦିଲ୍ଲୀ: ନିମ୍ନ ମାନର ଗୁଳିଗୋଳା ଓ ଯୁଦ୍ଧ ଉପକରଣ ବ୍ୟବହାର ଯୋଗୁ ଦୁର୍ଘଟଣା ବୃଦ୍ଧି ପାଉଥିବା ସେନାବାହିନୀ ଅଭିଯୋଗ କରିଛି। ସେନା ପକ୍ଷରୁ କୁହାଯାଇଛି ଯେ ନିମ୍ନ ମାନର ଉପକରଣ ଯୋଗୁ ସୈନିକମାନଙ୍କ ଜୀବନ ବିପଦରେ ପଡୁଛି ଓ ଏଥିପାଇଁ ଅନ୍ୟାନ୍ୟ ସୁରକ୍ଷା ଉପକରଣ ମଧ୍ୟ ପ୍ରଭାବିତ ହେଉଛି। ସେନାବାହିନୀ ପାଇଁ ତୋପ, ଟ୍ୟାଙ୍କ, ଏଆର ଡିଫେନ୍ସ ଗନ ଏବଂ ଅନ୍ୟ ଯୁଦ୍ଧ ଉପକରଣ ସରକାରୀ ଗୋଳାବାରୁଦ କାରଖାନା (ଅର୍ଡିନାନ୍ସ ଫାକ୍ଟ୍ରି)ରୁ ନିଆଯାଇଥାଏ। ଦୈନିକ ଇଂଗ୍ରାଜୀ ସମ୍ବାଦପତ୍ର ଦ ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ ସେନାବାହିନୀ ପକ୍ଷରୁ ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ କଥାବାର୍ତ୍ତା ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଗୋଳାବାରୁଦ କାରଖାନା ଦ୍ୱାରା ଯୋଗାଣ କରାଯାଉ ଥିବା ବିଭିନ ଉପକରଣ ବ୍ୟବହାର ଯୋଗୁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ସେନା ସେଗୁଡିକ ଉପରେ ଭରସା କରିପାରୁନାହିଁ। ଗୋଳାବାରୁଦ କାରଖାନା ଦ୍ୱାରା ସେନା ପାଇଁ ପ୍ରସ୍ତୁତ ହେଉଥିବା ଉପକରଣର ଗୁଣବତ୍ତା ଉପରେ ଠିକ ଭାବରେ ଧ୍ୟାନ ଦିଆ ଯାଉ ନଥିବା ନେଇ ପ୍ରତିରକ୍ଷା (ଉତ୍ପାଦନ) ସଚିବ ଅଜୟ କୁମାରଙ୍କୁ ଅବଗତ କରାଯାଇଛି।

- Advertisement -

ସୂଚନା ଯୋଗ୍ୟ ଯେ ଭାରତୀୟ ସେନାର ୧୨ ଲକ୍ଷ ସୈନିକଙ୍କ ପାଇଁ ଅର୍ଡିନାନ୍ସ ଫାକ୍ଟ୍ରିର ୪୧ଟି ଫାକ୍ଟ୍ରି ପ୍ରତିବର୍ଷ ପାଖାପାଖି ୧୯ ହଜାର କୋଟି ଟଙ୍କାର ଗୁଳିଗୋଳା ପ୍ରସ୍ତୁତ କରିଥାନ୍ତି। ତେବେ ସମ୍ପୃକ୍ତ ଉପକରଣଗୁଡିକର ମାନ ହ୍ରାସ ପାଇବା ଫଳରେ ଦେଶର ଯୁଦ୍ଧ କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଇତି ମଧ୍ୟରେ ପ୍ରତିରକ୍ଷା (ଉତ୍ପାଦନ) ସଚିବ ଅଜୟ କୁମାର ସେ ସବୁ ସମସ୍ୟା ବିସ୍ତୃତ ଭାବେ ଜଣେଇବାକୁ କହିଥିଲେ। ୧୫ ପୃଷ୍ଠା ସମ୍ବଳିତ ତଥ୍ୟରେ ସେନା ପକ୍ଷରୁ ୧୦୫ ଏମଏମ ଇଣ୍ଡିଆନ ଫିଲଡ ଗନ, ୧୦୫ ଏମଏମ ଲାଇଟ ଫିଲଡ ଗନ, ୧୩୦ ଏମଏମ ଏମଏ୧ ମିଡ଼ିଅମ ଗନ, ୪୦ ଏମଏମ ଏଲ ଏଆର ଡିଫେନ୍ସ ଗନ ଓ ଟି-୭୨, ଟି-୯୦ ଏବଂ ଅର୍ଜୁନ ଟ୍ୟାଙ୍କର ତୋପ ବ୍ୟବହାର ବେଳେ ସବୁ ସମୟରେ ଦୁର୍ଘଟଣା ହେଉଛି। ସେହିପରି ୧୫୫ ଏମଏମ ବୋଫୋର୍ସ ତୋପରେ ମଧ୍ୟ ସମସ୍ୟା ଦେଖା ଦେଉଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories