www.samajalive.in
Saturday, December 6, 2025
23.1 C
Bhubaneswar

ଜୁନ ୪ରେ କେରଳ ଛୁଇଁବ ମୌସୁମୀ – ସ୍କାଏମେଟ୍‌

ନୂଆଦିଲ୍ଲୀ .- ଚଳିତ ବର୍ଷ ମେ ୨୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ । ଜୁନ ୪ ତାରିଖ ସୁଦ୍ଧା ଏହା କେରଳ ଉପକୂଳ ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନ ସଂସ୍ଥା ସ୍କାଏମେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଗୋଟିଏ କି ଦୁଇ ଦିନ ଏପଟ ସେପଟ ହୋଇପାରେ । କେରଳ ସହ ଉତ୍ତର ପୂର୍ବ ଭାରତରେ ମୋସୁମୀ ପ୍ରଭାବରେ ବର୍ଷା ଆରମ୍ଭ ହେବ । ଏହା ପୂର୍ବରୁ କେରଳରେ ପ୍ରାକ ମୌସୁମୀ ବର୍ଷା ହେବ ।

ସ୍କାଏମେଟର ପରିଚାଳନା ନିର୍ଦେଶକ ଜତିନ ସିଂଙ୍କ ଅନୁସାରେ ଏଥର ସ୍ୱଭାବିକରୁ କମ୍‌ ବର୍ଷା ହେବ । ପୂର୍ବ , ଉତ୍ତରପୂର୍ବ ସହ କେନ୍ଦ୍ରୀୟ ଭାରତରେ ଉତ୍ତରପଶ୍ଚିମ ଓ ଦକ୍ଷିଣ ଭାରତ ତୁଳନାରେ କମ୍‌ ବର୍ଷା ହେବ । ପ୍ରାଥମିକ ଅବସ୍ଥାରେ ମୌସୁମୀ ଧୀରେ ଧୀରେ ଆଗକୁ ବଢିବ ।

- Advertisement -

ସ୍କାଏମେଟ୍‌ର ପୂର୍ବାନୁମାନ ଅନୁସାରେ –
ସ୍ୱଭାବିକଠାରୁ ଅତ୍ୟାଧିକ ବର୍ଷା ହେବାର ସମ୍ଭାବନା ୦% (୧୧୦% ବର୍ଷା)

ସ୍ୱଭାବିକରୁ ଅଧିକ ବର୍ଷା ହେବାର ସମ୍ଭାବନା ୦% (୧୦୫-୧୧୦% ବର୍ଷା)

ସ୍ୱଭାବିକ ପରିମାଣର ବର୍ଷା ହେବାର ସମ୍ଭାବନା ୩୦% (୯୪-୧୦୪% ବର୍ଷା)

ସ୍ୱଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ୫୫ ପ୍ରତିଶତ (୯୦-୯୫% ବର୍ଷା)

ମରୁଡି ପରିସ୍ଥିତି ଦେଖା ଯିବାର ସମ୍ଭାବନା ୧୫ ପ୍ରତିଶତ( < ୯୦% ବର୍ଷା)

ଅଞ୍ଚଳ ଅନୁସାରେ ଭାରତରେ ବର୍ଷାର ପରିମାଣ ପୂର୍ବାନୁମାନ
ପୂର୍ବ ଓ ଉତ୍ତରପୂର୍ବାଞ୍ଚଳରେ ସ୍ୱଭାବିକର ୯୨ ପ୍ରତିଶତ ପ୍ରାୟ ୧୪୩୮ ଏମ୍‌ଏମ୍‌ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ଅଞ୍ଚଳରେ (ବିହାର,ଝାଡଖଣ୍ଡ, ପଶ୍ଚିମବଙ୍ଗଳା) ରେ ମୌସୁମୀର ସର୍ବାଧିକ ବର୍ଷା ହୋଇଥାଏ । ଚଳିତ ଥର ଏହି ଅଞ୍ଚଳରେ ସ୍ୱଭାବିକଠାରୁ କମ୍‌ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ସ୍ୱଭାବିକଠାରୁ ଅତ୍ୟାଧିକ ବର୍ଷା ହେବାର ସମ୍ଭାବନା ୫% (୧୧୦% ବର୍ଷା)

ସ୍ୱଭାବିକରୁ ଅଧିକ ବର୍ଷା ହେବାର ସମ୍ଭାବନା ୧୦% (୧୦୫-୧୧୦% ବର୍ଷା)

ସ୍ୱଭାବିକ ପରିମାଣର ବର୍ଷା ହେବାର ସମ୍ଭାବନା ୨୫% (୯୪-୧୦୪% ବର୍ଷା)

ସ୍ୱଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ୫୦ ପ୍ରତିଶତ (୯୦-୯୫% ବର୍ଷା)

ମରୁଡି ପରିସ୍ଥିତି ଦେଖା ଯିବାର ସମ୍ଭାବନା ୧୦ ପ୍ରତିଶତ( <୯୦% ବର୍ଷା)

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories