ତାମିଲନାଡୁ : ତାମିଲନାଡୁରେ ଏକ ନିର୍ବାଚନ ପ୍ରଚାର ସଭାରେ କମଲ ହାସନଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ (ନାଥୁରାମ ଗଡସେ) ଥିଲେ ବୋଲି କମଲ ହାସନ କହିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଏଠାରେ ମୁସଲମାନ ବହୁଳ ଅଞ୍ଚଳ ବୋଲି କହୁନାହିଁ, ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ସାମ୍ନାରେ ମୁଁ ଏହା କହୁଛି ବୋଲି କମଲ ହାସନ କହିଛନ୍ତି। ଅରବାକୁରିଚି ବିଧାନସଭା ଆସନ ପାଇଁ ପ୍ରଚାର କରୁଥିବା ସମୟରେ ଏହା କହିଛନ୍ତି।
ମୁଁ ନିଜକୁ ଭାରତୀୟ ଭାବେ ଗୌରବାନ୍ୱିତ ମନେ କରେ। ତ୍ରିରଙ୍ଗାର ତିନି ରଙ୍ଗର ଅର୍ଥ ସମସ୍ତ ଧର୍ମ ସହ ଏକାଠି ଚାଲିବା ବୋଲି କମଲ କହିଛନ୍ତି। ପୂର୍ବରୁ ନଭେମ୍ବର ୨୦୧୭ ମସିହାରେ ସେ ‘ହିନ୍ଦୁ ଉଗ୍ରବାଦ’ କହି ବିବାଦ ଘେରକୁ ଆସିଥିଲେ।
ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ : କମଲ ହାସନ
Popular Categories



