ଭୁବନେଶ୍ୱର : ବାତ୍ୟା ଫନି ଯୋଗୁଁ ବିଭିନ୍ନ ପ୍ରକାର ପ୍ରାଣୀଙ୍କ ମୃତ୍ୟୁ ଘଟିଥିଲେ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ନେଇ ଘୋଷଣା କରାଯାଇଛି। ଛୋଟ ଭାରବାହୀ ପ୍ରଣୀ ବାଛୁରୀ, ଗଧ ଏବଂ ତଟୁଘୋଡାଙ୍କ ମୃତ୍ୟୁ ପାଇଁ ସହାୟତା ପ୍ରଦାନ କରାଯିବ। ପ୍ରତି ପ୍ରାଣୀ ପିଛା ୧୬,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କହିଛନ୍ତି। ପରିବାର ପିଛା ୨୫୦୦୦ ଟଙ୍କାର ସହାୟତା ମିଳିବ। ସେହିପରି ବଡ଼ ଭାରବାହୀ ପ୍ରଣୀଙ୍କ ମୃତ୍ୟୁ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ।
ସେହିପରି ଦୁଗ୍ଧ ପ୍ରଦାନକାରୀ ମୃତ ଛୋଟ ପ୍ରାଣୀ ଛେଳି, ମେଣ୍ଢା, ଘୁଷୁରୀ ପାଇଁ ପ୍ରତି ପ୍ରାଣୀ ପିଛା ୩୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ପ୍ରତି ପରିବାର ପିଛା ସର୍ବାଧିକ ୩୦ଟି ପ୍ରାଣୀ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ଫନି ଯୋଗୁଁ ବିଭିନ୍ନ ପ୍ରକାର ପ୍ରାଣୀଙ୍କ ମୃତ୍ୟୁ ପାଇଁ ସହାୟତା ଘୋଷଣା
Popular Categories



