www.samajalive.in
Sunday, December 14, 2025
19.1 C
Bhubaneswar

ଜାଣନ୍ତୁ, ମା’ ସୀତାଙ୍କ ସହ ଜଡିତ କିଛି ବିଶେଷ କଥା

ଚଳିତ ବର୍ଷ ୧୩ ମେ ବୈଶାଖ ମାସର ଶୁକ୍ଳ ପକ୍ଷରେ ସୀତା ନବମୀ ପର୍ବ ପଡୁଛି। ପ୍ରାଚୀନ କାଳରେ ଏହି ତିଥିରେ ମା’ ସୀତା ଧରାପୃଷ୍ଠକୁ ଆସିଥିଲେ ବୋଲି କୁହାଯାଇଛି। ରାଜା ଜନକ ଭୂମିରେ ହଳ କରୁଥିବା ସମୟରେ ମା’ ସୀତାଙ୍କୁ ପାଇଥିଲେ। ହଳର ମୂନକୁ ସୀତା କୁହାଯାଏ। ତେଣୁ ତାଙ୍କ ନାମ ସୀତା ରଖାଗଲା। ସେହି ଦିନ ଠାରୁ ଜନକ ସୀତାଙ୍କୁ ନିଜ ଝିଅ ରୂପେ ଲାଳନପାଳନ କଲେ। ସେଥିପାଇଁ ସୀତାଙ୍କୁ ଜାନକୀ କୁହାଯାଏ।

ମା’ ସୀତା ପିଲା ବେଳେ ଖେଳୁଥିବା ସମୟରେ ପ୍ରଭୁ ଶିବଙ୍କର ଧନୁ ଉଠାଇ ଦେଇଥିଲା। ସେତେବେଳେ ରାଜା ଜନକ ଜାଣିଲେ ଯେ, ସୀତା କୌଣସି ସାଧାରଣ ବାଳିକା ନୁହେଁ। କାରଣ ଶିବଙ୍କ  ଧନୁଷକୁ ରାବଣ, ବାଣାସୁର ଆଦି କେବେ ବି ଟିକେ ମାତ୍ରାରେ ଘୁଞ୍ଚାଇ ପାରିନଥିଲେ। ତେଣୁ ସୀତାଙ୍କ ବିବାହ ସମୟରେ ଶିବଙ୍କ ଧନୁଷ ଭାଙ୍ଗି ପାରୁଥିବା ବୀର ସହ କରିବାକୁ ସ୍ଥିର କରିଥିଲେ।ସୀତାଙ୍କ ସ୍ବୟଂମ୍ବରରେ ପ୍ରଭୁ ଶ୍ରୀରାମ ଶିବଙ୍କ ଧନୁଷ ଭାଙ୍ଗି ଥିଲେ। ଏହାପରେ ରାମ-ସୀତାଙ୍କ ବିବାହ ହୋଇଥିଲା।

- Advertisement -

ଅଶୋକ ବାଟିକାରେ ରାବଣ ଦ୍ବାରା ସୀତା ଅପହରଣ ହୋଇଥିବା ସମୟରେ ଶ୍ରୀରାମଙ୍କ ଭଲମନ୍ଦ କଥା ରାବଣ ଜଣାଇଥିଲେ। ସେଥିପାଇଁ ମାତା ସୀତା ରାବଣଙ୍କୁ ଅମର ବର ଦେଇଥିଲେ। ତେବେ ଆସନ୍ତୁ ଜାଣିବା, ସୀତାଙ୍କ ସହ ଜଡିତ କିଛି ବିଶେଷ କଥା ବିଷୟରେ ..

ମାତା ସୀତାଙ୍କ ସହ ଜଡିତ କିଛି ବିଶେଷ କଥା :

ମାତା-ପିତାଙ୍କୁ ସମ୍ମାନ ଦେବା :

ସୀତା ନିଜ ପିତାମାତାଙ୍କୁ ସର୍ବଦା ସମ୍ମାନ ଦେଉଥିଲେ। ତାଙ୍କର ସମସ୍ତ ଆଜ୍ଞାକୁ ପାଳନ କରୁଥିଲେ। ମା’ବାପାଙ୍କ ପରି ସେ ଶାଶୁ ଓ ଶଶ୍ବରଙ୍କୁ ମଧ୍ୟ ସମ୍ମାନ ଦେଉଥିଲେ। ବନବାସ ଯିବା ବେଳେ ସୀତାଙ୍କ ସହ ତାଙ୍କ ପିତାମାତା ଦେଖା କରିବାକୁ ଆସିଥିଲେ। ସେହି ସମୟରେ ତାଙ୍କୁ ଦେଖା କରିବା ପାଇଁ ସୀତା ଶାଶୁଙ୍କୁ ପଚାରିଥିଲେ।

ସ୍ବାମୀଙ୍କ ସେବା କରିବା :

ପ୍ରଭୁ ରାମଙ୍କର ସେବା କରିବା ପାଇଁ ରାଜପ୍ରାସାଦରେ ଅନେକ ସେବକ ଥିଲେ। କିନ୍ତୁ ବିବାହ ପରେ ମା’ ସୀତା ନିଜେ ପ୍ରଭୁ ରାମଙ୍କର ସେବା କରୁଥିଲେ। ସେ ସ୍ବାମୀଙ୍କ ନିଦ୍ବନ୍ଦରେ ବନବାସ ଯିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ।

ସବୁ କଥା ଶୁଣିବା :

ସୀତା ପତିବ୍ରତା ଧର୍ମର ଜ୍ବଳନ୍ତ ଉଦାହରଣ ଅଟନ୍ତି। କିନ୍ତୁ ଯେତେବେଳେ ମାତା ଅନସୂୟା ତାଙ୍କୁ ପତିବ୍ରତା ଧର୍ମର ଉପଦେଶ ଦେଉଥିଲେ ସେ ତାକୁ ଖୁବ୍ ଧ୍ୟାନର ସହ ଶୁଣିଥିଲେ। ଏଥିରୁ ଶିକ୍ଷା ମିଳୁଛି ଯେ, ବୁଦ୍ଧିମାନ ବ୍ୟକ୍ତି ସର୍ବଦା ଗୁରୁଜନଙ୍କୁ ସମ୍ମାନ ଜଣାଇ ତାଙ୍କୁ ଉପଦେଶ ଶୁଣନ୍ତି ଓ ପାଳନ ମଧ୍ୟ କରନ୍ତି।

ନିର୍ଭୟ ରହିବା :

ରାବଣ ସୀତାଙ୍କୁ ପରଣ କରି ଅଶୋକ ବାଟିକାରେ ରଖିଥିଲେ। କିନ୍ତୁ ରାବଣ ଯେତେ ପ୍ରଲୋଭନ ଦେଖାଇଲେ ମଧ୍ୟ ସୀତା ତା କଥା ମାନୁ ନ ଥିଲେ। ରାବଣକୁ ସମସ୍ତ ଦେବତା ଡରୁ ଥିଲେ। କିନ୍ତୁ ମା’ ସୀତା ରାବଣକୁ କେବେ ବି ଡରୁ ନ ଥିଲେ।

ସର୍ବଦା ସଚେତନ ରହିବା :

ଅଶୋକ ବାଟିକାରେ ହନୁମାନ ମା’ ସୀତାଙ୍କୁ ଶ୍ରୀରାମଙ୍କ ମୁଦି ଦେଖାଇ ରାମକଥା ଶୁଣାଇ ଥିଲେ। କିନ୍ତୁ ସୀତା ତାଙ୍କୁ ଶୀଘ୍ର ବିଶ୍ବାସ କରି ନ ଥିଲେ। ହନୁମାନ ମନ, ପ୍ରାଣ ଓ ବଚନରୁ ରାମଙ୍କ ଦୂତ ଜାଣି ବିଶ୍ବାସ କରିବା ପରେ ସୀତା ତାଙ୍କ ସହ କଥା ହୋଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories