www.samajalive.in
Sunday, December 14, 2025
19.1 C
Bhubaneswar

ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ କାମ ; ଦେଖାଦେବ ଅନେକ ସମସ୍ୟା

ଏହା ଆମେ ସମସ୍ତେ ଜାଣନ୍ତି ଯେ କର୍ମ ହିଁ ଭଗବାନ। ଉଚିତ୍ କର୍ମ କରିବା ଦ୍ବାରା ସଫଳତା ହାସଲ ହୋଇଥାଏ। ମାତ୍ର ବେଳେବେଳେ ଏମିତି ହୁଏ ଆମ ଅଜଣାତରେ କରିଥିବା କିଛି କାର୍ଯ୍ୟ ଆମ ପାଇଁ ଦୁଃଖ ଓ ଦୁର୍ଦ୍ଦଶା ଡାକି ଆଣିଥାଏ। ଶାସ୍ତ୍ରରେ ଅନୁଯାୟୀ, ଏପରି କିଛି କାର୍ଯ୍ୟ ରହିଛି ଯାହାକୁ ରାତିରେ କରିବା ଅନୁଚିତ। ରାତିରେ ଉକ୍ତ କାର୍ଯ୍ୟ ଗୁଡ଼ିକୁ କରିବା ଦ୍ବାରା ଜୀବନରେ ଅନେକ ସମସ୍ୟା ଦେଖାଦେବା ସହ ଜୀବନ ଦୁଃଖପୂର୍ଣ୍ଣ ହୋଇଯାଇଥାଏ। ତେବେ ଚାଲନ୍ତୁ ଜାଣିବା ରାତିରେ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ୍ –

-ରାତିରେ ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ। ଲକ୍ଷ୍ମୀପୁରାଣରେ ଉଲ୍ଲେଖ ରହିଛି ଯେ, ରାତିରେ ତେଲ ଲଗାଇଲେ ଘରୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି।
-ରାତିରେ ନଖ କାଟିବାକୁ ମଧ୍ୟ ବାରଣ କରାଯାଇଛି। ରାତିରେ ନଖ କାଟିବା ଏକ ଅଶୁଭ କାର୍ୟ୍ୟ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି।
-ରାତିରେ ଘର ଝଡ଼ା ପୋଛା କିମ୍ବା ଲୁଗା ସଫା କରିବା ଅନୁଚିତ୍। ପୁରାଣ ଅନୁସାରେ ଏହା ଅଶୁଭ ହୋଇଥାଏ। କେବଳ ପୁରାଣ ନୁହେଁ ବିଜ୍ଞାନ ମଧ୍ୟ ଏସବୁକୁ ବାରଣ କରେ। ରାତିରେ ଲୁଗା ସଫା କରିବା ବା ଘର ପୋଛା ମାରିବା ଦ୍ୱାରା ଥଣ୍ଡା ଆଶଙ୍କା ଅଧିକ ରହିଥାଏ।
-କିଛି ଖାଦ୍ୟକୁ ମଧ୍ୟ ରାତିରେ ଖାଇବାକୁ ବାରଣ କରାଯାଇଛି। ଶାଗ, କାକୁଡ଼ି, ଭାତ, କୌଣସି ପ୍ରକାର ଗରିଷ୍ଠ କିମ୍ବା ଥଣ୍ଡା ଦବ୍ର୍ୟ ରାତିରେ ଖାଆନ୍ତୁ ନାହିଁ। ଏହା ଠିକ୍ ଭାବେ ହଜମ ହୋଇନଥାଏ ଏବଂ ଏହାଦ୍ବାରା ଅନେକ ରୋଗ ସୃଷ୍ଟି ହୋଇଥାଏ। ରାତିରେ କଦଳୀ ପତ୍ରରେ ମଧ୍ୟ ଖାଇବା ଅନୁଚିତ୍।
-ରାତିରେ ବ୍ୟାୟ୍ୟାମ କରନ୍ତୁ ନାହିଁ। ସକାଳୁ ଉଠିବା ପରେ ବ୍ୟାୟାମ କରିବା ସ୍ବାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ ଏହା ଆମେ ଜାଣନ୍ତି, ହେଲେ ରାତିରେ ଶୋଇବା ପୂର୍ବରୁ ବ୍ୟାୟାମ କରିବା ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories