www.samajalive.in
Sunday, December 7, 2025
18.1 C
Bhubaneswar

ଜନ୍ମଜାତକରୁ ଜାଣନ୍ତୁ ବ୍ୟକ୍ତିଙ୍କ ପୂର୍ବଜନ୍ମର ରହସ୍ୟ

ବ୍ୟକ୍ତି ନିଜର କର୍ମ ଅନୁସାରେ ମନୁଷ୍ୟ ଜନ୍ମ ପାଇଥାଏ। ବ୍ୟକ୍ତି ନିଜ ପୂର୍ବ ଜନ୍ମରେ କେଉଁ ଜନ୍ମ ପାଇଥାଏ ତାହା ଜାଣିବା ପାଇଁ ସର୍ବଦା ଚେଷ୍ଟା କରିଥାଏ। ପୂର୍ବ ଜନ୍ମ ବିଷୟରେ ଜାଣିବା ପାଇଁ କେତେକଙ୍କ ମଧ୍ୟରେ ଉତ୍ସାହ ବଢିଥାଏ। ଆସନ୍ତୁ ଏହି ସମ୍ବନ୍ଧରେ ଜାଣିବା..

ପ୍ରଥମ ଲଗ୍ନରେ ବୃହସ୍ପତି :

- Advertisement -

ଯେଉଁ ମାନଙ୍କ ଜନ୍ମଜାତକରେ ବୃହସ୍ପତି ପ୍ରଥମ ଲଗ୍ନରେ ରହିଥାନ୍ତି ସେମାନଙ୍କ ଜନ୍ମ ପୂର୍ବଜଙ୍କ ଆଶୀର୍ବାଦ କିମ୍ବା ଅଭିଶାପ ଦ୍ୱାରା ହୋଇଥାଏ। ସେହିମାନଙ୍କ ଜୀବନରେ ସୁଖ ଓ ଦୁଃଖ ଉଭୟ ଆଶୀର୍ବାଦ ଓ ଅଭିଶାପ ଦ୍ୱାରା ହୋଇଥାଏ।

ଦ୍ୱିତୀୟ ଓ ଅଷ୍ଟମ ଲଗ୍ନରେ ବୃହସ୍ପତି :

ଯେଉଁ ମାନଙ୍କ ଜନ୍ମଜାତକରେ ବୃହସ୍ପତି ଦ୍ୱିତୀୟ ଓ ଅଷ୍ଟମ ଲଗ୍ନରେ ରହିଥାଏ ସେମାନେ ପୂର୍ବ ଜନ୍ମରେ ବ୍ରାହ୍ମଣ ସମ୍ପ୍ରଦାୟର ହୋଇଥାନ୍ତି। କୌଣସି ଇଚ୍ଛା ପୂରଣ ନ ହେବା କାରଣରୁ ସେମାନେ ପୂର୍ନବାର ଜନ୍ମ ନେଇଥାନ୍ତି। ସେମାନଙ୍କୁ ମୃତ ଆତ୍ମାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଇଛି।

ତୃତୀୟ ଲଗ୍ନରେ ବୃହସ୍ପତି :

ଯେଉଁ ମାନଙ୍କ ଜନ୍ମଜାତକର ତୃତୀୟ ଲଗ୍ନରେ ବୃହସ୍ପତି ରହିଥାନ୍ତି ସେମାନଙ୍କ ଜନ୍ମ ପରିବାରର କୌଣସି ପୂଣ୍ୟାତ୍ମା ମହିଳାଙ୍କ ଆଶୀର୍ବାଦ ଦ୍ୱାରା ହୋଇଥାଏ। ଏମାନଙ୍କ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ।

ଚତୁର୍ଥ ଲଗ୍ନରେ ବୃହସ୍ପତି :

ଯେଉଁ ମାନଙ୍କ ଜନ୍ମଜାତକର ଚତୁର୍ଥ ଲଗ୍ନରେ ବୃହସ୍ପତି ଥାନ୍ତି ସେହି ବ୍ୟକ୍ତି ମାନେ ପରିବାରର ପୂର୍ବପୁରୁଷଙ୍କ ଆଶୀର୍ବାଦ ଦ୍ୱାରା ଜନ୍ମ ହୋଇଥାନ୍ତି। ପୂର୍ବପୁରୁଷ ପୁର୍ନବାର ସେହି ପରିବାରରେ ପୁର୍ନଜନ୍ମ ନେଇଥାନ୍ତି ବୋଲି କୁହାଯାଇଛି।

ପଞ୍ଚମ ଲଗ୍ନରେ ବୃହସ୍ପତି :

ଯେଉଁ ମାନଙ୍କ ଜନ୍ମଜାତକର ପଞ୍ଚମ ଲଗ୍ନରେ ବୃହସ୍ପତି ଅବସ୍ଥାପିତ କରିଥାନ୍ତି, ସେହି ବ୍ୟକ୍ତିମାନେ ପୂର୍ବଜନ୍ମରେ କୌଣସି ତନ୍ତ୍ର ସାଧନା ବ୍ୟକ୍ତି ହୋଇଥାନ୍ତି। ମୃତ୍ୟୁ ପରେ ଅଭିଶାପ ଦ୍ୱାରା ପୂର୍ନଜନ୍ମ ପାଇଥାନ୍ତି। ଏହି ବ୍ୟକ୍ତି ପରିବାରର ସୁଖରେ ବାଧା ସୃଷ୍ଟି କରିଥାନ୍ତି। ସର୍ବଦା ମାନସିକ ଅଶାନ୍ତିରେ ଜୀବନ ଅତିବାହିତ କରିଥାନ୍ତି।

ଯେଉଁ ମାନଙ୍କ ଜନ୍ମଜାତକରେ ବୃହସ୍ପତିଙ୍କ ସହ ରାହୁ ଅବସ୍ଥାପନ କରିଥାନ୍ତି ସେମାନେ ଜୀବନରେ କେବେ ମଧ୍ୟ ଉନ୍ନତି କରିପାରନ୍ତି ନାହିଁ। ସର୍ବଦା ଅସୁବିଧାର ସାମନା କରିବାକୁ ପଡିଥାଏ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories