www.samajalive.in
Sunday, December 7, 2025
26.1 C
Bhubaneswar

ପୂଜାପାଠ ଓ ମନ୍ତ୍ର ଜପ ସମୟରେ ଜାଣନ୍ତୁ କେଉଁ ଆସନର ପ୍ରୟୋଗ କରିବା ଉଚିତ ଓ ଅନୁଚିତ

ଧାର୍ମିକ କାର୍ଯ୍ୟ ପୂଜାପାଠ, ଯଜ୍ଞ, ପ୍ରାର୍ଥନା ଆଦି କରିବା ସମୟରେ ଆସନର ପ୍ରୟୋଗ କରାଯାଇଥାଏ। ପୂଜାପାଠ ମନ୍ଦିରରେ ହେଉ ଅଥବା ଗୃହରେ ବସିବା ଅବସ୍ଥାରେ ପୂଜା କରିବା ସମୟରେ ଆମକୁ ଆସନର ବ୍ୟବହାର କରିବାକୁ ପଡ଼େ। ଶାସ୍ତ୍ରରେ ଏପରି କରିବାର କାରଣ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ପ୍ରତିଦିନ ପୂଜା କରିବା ସମୟରେ କିଭଳି ଆସନ ବ୍ୟବହାର କରିବା ଉଚିତ, ତାହା ମଧ୍ୟ ଜାଣିବା ଆବଶ୍ୟକ। ଜାଣନ୍ତୁ ଏହା ବିଷୟରେ….
ଶାସ୍ତ୍ର ଅନୁଯାୟୀ ପୂଜାପାଠ ଓ ମନ୍ତ୍ର ଜପ କରିବା ସମୟରେ ସର୍ବଦା ଆସନର ପ୍ରୟୋଗ କରିବା ଉଚିତ। ଆସନ ବିନା ଭୂମିରେ ପୂଜାପାଠ କରିବା ଦ୍ୱାରା ଦୁଃଖ ପ୍ରାପ୍ତି ହୋଇଥାଏ।
ପୂଜାପାଠ ଓ ମନ୍ତ୍ର ଜପ କରିବା ସମୟରେ ସର୍ବଦା ରେଶମ ଓ ତାଳପତ୍ରରେ ପ୍ରସ୍ତୁତ ଆସନର ପ୍ରୟୋଗ କରିବା ଖୁବ ଶୁଭ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏପରି କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ, ଜୀବନରେ ସୁଖଶାନ୍ତି ପ୍ରାପ୍ତି ହେବା ସହ ବାଧାବିଘ୍ନ ଦୂର ହୋଇଥାଏ।
ସେଭଳି ବାଉଁଶରେ ନିର୍ମିତ ଆସନରେ ବସି ପୂଜାପାଠ କିମ୍ବା ମନ୍ତ୍ର ଜପ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦରିଦ୍ରତା ଆସିଥାଏ।
ପଥର କିମ୍ବା ଇଟାରେ ବସି ପୂଜାର୍ଚ୍ଚନା ଓ ମନ୍ତ୍ର ଜପ କରିବା ଦ୍ୱାରା ରୋଗ ଲାଗି ରହିଥାଏ। କାଠରେ ନିର୍ମିତ ଆସନ ପ୍ରୟୋଗ କରିବା ଦ୍ୱାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ।
ଘାସର ଆସନରେ ପୂଜାର୍ଚ୍ଚନା କରିବା ଦ୍ୱାରା ଯଶ କିର୍ତ୍ତି ନଷ୍ଟ ହୋଇଥାଏ।
ପତ୍ରରେ ପ୍ରସ୍ତୁତ ଆସନରେ ପୂଜା ଓ ପ୍ରାର୍ଥନା କରିବା ଦ୍ୱାରା ମନ ବ୍ୟସ୍ତ ରହିଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories