www.samajalive.in
Tuesday, December 9, 2025
15.1 C
Bhubaneswar

ରାମପୁର ମଟନ କୋରମା

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
ଗୋଟା ମସଲା –
ଲବଙ୍ଗ – ୭ ରୁ ୮ଟି
ବଡ଼ ଅଳେଇଚ – ୩ଟି
ଛୋଟ ଅଳେଇଚ – ୩ଟି
ଜାଇତ୍ରି ଫଳ – ଅଳ୍ପ
ଡ଼ାଲଚିନି – ୨ଟି
ତେଜପତ୍ର – ୪ଟି
ଘିଅ – ୧କପ
ଦହି – ୧କପ
କାଜୁ – ୫୦ ଗ୍ରାମ
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ୧ ଚାମଚ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ବାଦାମ – ୫୦ ଗ୍ରାମ
ଅଦାରସୁଣ ବଟା – ୪ ଚାମଚ
କଟା ପିଆଜ – ୪ଟି
ପେଷା ଟମାଟୋ – ୧ଟି
ଗୋଲମରିଚ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଅଳ୍ପ ହଳଦୀ ଓ ଲୁଣ ଗୋଳାଇ ରଖି ଦିଅନ୍ତୁ। ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ଗରମ ହେଲେ ଏଥିରେ କାଜୁ , ବାଦାମ ପକାଇ ୫ ମିନିଟ ଫୁଟାନ୍ତୁ। ୫ ମିନିଟ ପରେ ପାଣିରୁ ଏହାକୁ ବାହାର କରି, ଏହି କାଜୁ ,ବାଦାମ, ଦହିକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହି ପେଷ୍ଟକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ପିଆଜ ଭାଜି ହେବା ପରେ ତେଜପତ୍ର, ସମସ୍ତ ଗୋଟା ମସଲା ପକାଇ ୫ ମିନିଟ ଭଲରେ ଭାଜି ଦିଅନ୍ତୁ। ୫ ମିନିଟ ପରେ ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଗୋଳାଇ ରଖିଥିବା ମଟନ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପାଣି ଦେଇ ଗ୍ୟାସରେ ୨୦ ମିନିଟ ବସାନ୍ତୁ। ୨୦ ମିନିଟ ପରେ ଏଥିରେ ପେଷା ଟମାଟୋ, ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ରଖିଥିବା କାଜୁ ପେଷ୍ଟକୁ ପକାଇ ପୁଣି ୧୦ ମିନିଟ ବସାନ୍ତୁ। ୧୦ ମିନିଟ ପରେ ଅଳ୍ପ ଲୁଣ, ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ୧ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରାମପୁର ମଟନ କୋରମା। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories