www.samajalive.in
Monday, December 15, 2025
27.1 C
Bhubaneswar

୪୯ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା, ପାରଦ ୪୫ ଡିଗ୍ରୀ ଟପିଲା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏହି କ୍ରମରେ ମଙ୍ଗଳବାର ଦିଲ୍ଲୀର ତାପମାତ୍ରା ୪୯ ବର୍ଷର ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ଦିଲ୍ଲୀର ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ପୂର୍ବରୁ ୧୯୭୦ ଦିଲ୍ଲୀର ସବୁଠୁାରୁ ଉତପ୍ତ ବର୍ଷ ଥିଲା।
ତେବେ ୧୯୪୧ରେ ଦିଲ୍ଲୀ ତାପମାତ୍ରା ୪୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଅନୁସାରେ ମଙ୍ଗଳବାର ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ତେବେ ରାତିରେ ତାପମାତ୍ରା ହ୍ରାସ ପାଇ ୨୩ ଡିଗ୍ରୀ ସେଲସିୟ ମଧ୍ୟରେ ରହିଥିଲା। ଦିଲ୍ଲୀର ସବୁଠାରୁ ଉତପ୍ତ ଅଞ୍ଚଳ ଭାବେ ପାଲମରେ ସର୍ବୋଚ୍ଚ ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ ଥିବାବେଳେ ଆୟା ନଗରରେ ତାପମାତ୍ରା ୪୩.୮ ଡିଗ୍ରୀ, ଜାଫରପୁରରେ ତାପମାତ୍ରା ୪୩.୪ ଡିଗ୍ରୀ, ମଙ୍ଗେଶପୁରରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାକିସ୍ତାନ ଏବଂ ରାଜସ୍ଥାନରେ ଗରମ ପବନ ଯୋଗୁଁ ଦିଲ୍ଲୀରେ ଅଧିକ ଗରମ ଅନୁଭୂତ ହେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ଗୁରୁବାର ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଝଡ଼ତୋଫାନ ହେବାର ଆଶଙ୍କା ରହିଛି। ଏହା ସତ୍ତ୍ବେ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି କୁହାଯାଉଛି।
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫଣି’ର ପବନ ଶୁକ୍ରବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ‘ଫଣି’ ପବନ ପ୍ରଭାବରେ ଦିଲ୍ଲୀରେ ଗରମରୁ ସାମନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories