www.samajalive.in
Monday, December 15, 2025
27.1 C
Bhubaneswar

ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ‘ଫଣି’; ୨ରୁ ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫଣି’ ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି । ଏହାକୁ ଦୃଷ୍ଟିରେ ରଖି ୨ ତାରିଖରୁ ସମସ୍ତ ସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଛୁଟି ଜାରି ରହିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରକାଶ କରିଛନ୍ତି । ସେହିପରି ୨ ତାରିଖ ସୁଦ୍ଧା ପୁରୀ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଛି।ଝଡ଼ତୋଫାନ ଓ ବର୍ଷାକୁ ଦୃଷ୍ଟିରେ ରଖି ୩ ଓ ୪ ତାରିଖରେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

ମେ ୧ସନ୍ଧ୍ୟାରୁ ଓଡ଼ିଶାର ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀ ଜିଲାରେ ‘ଫଣି’ ପ୍ରଭାବ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ‘ଫଣି’ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ, ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦କିମି ପୂର୍ବ ଉତ୍ତର ପୂର୍ବ, ଚେନ୍ନଇଠାରୁ ୮୪୦କିମି ପୂର୍ବ-ଦକ୍ଷିଣ ପୂର୍ବ ଏବଂ ଆନ୍ଧ୍ରପ୍ରଦେଶର ମଛଲିପଟନମଠାରୁ ୯୯୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏବେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ୩ ତାରିଖ ଦିନ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ’ଫଣି’ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି। ସ୍ଥଳ ଭାଗ ଛୁଇଁବା ସମୟରେ ଏହାର ଘଣ୍ଟା ପ୍ରତି ବେଗ ପ୍ରାୟ ୧୮୦ରୁ ୧୯୦ କିଲୋମିଟର ଭିତରେ ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories