www.samajalive.in
Monday, December 15, 2025
26.1 C
Bhubaneswar

ସେଲଫି ନିଶା; ଟ୍ରେନ୍‍ରେ କଟିଗଲେ ୩ ଯୁବକ

ପାନିପଥ : ରେଳ ଆସୁଥିବାବେଳେ ରେଳ ଧାରଣାରେ ସେଲଫି ନେବାର ଦୁଃସାହାସ କରି ୩ ଯୁବକ ପ୍ରାଣ ହରାଇଛନ୍ତି। ହରିୟାଣାର ପାନିପଥ ପାର୍କ ନିକଟ ରେଳ ଟ୍ରାକ୍‍ରେ ମଙ୍ଗଳବାର ସେଲଫି ନେଉଥିବା ୩ ଯୁବକ ଏକ ଯାତ୍ରୀବାହୀ ଟ୍ରେନ୍‍ରେ କଟି ଜୀବନ ହାରିଛନ୍ତି। ମୃତକଙ୍କ ନାମ ଚମନ, ସନି ଏବଂ କିଶନ ଓ ସେମାନଙ୍କ ଘର ଉତ୍ତରପ୍ରଦେଶ ଅଲ୍ଲୀଗଡ଼ରେ ବୋଲି ଜଣାପଡ଼ିଛି। ତେବେ ଏହି ୩ ଜଣଙ୍କ ସହ ଆଉ ଜଣେ ଯୁବକ ଦିନେଶ ଶେଷ ମୁହୂର୍ତ୍ତରେ ରେଳ ଧାରଣାରୁ ବାହାରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛି।
ସୂଚନା ଅନୁସାରେ ୪ ଜଣ ଯାକଁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ଜଣେ ସମ୍ପର୍କୀୟର ବାହାଘର ପାଇଁ ସେମାନେ ପାନିପଥ ଆସିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ୪ ଜଣ ଯାକଁ ରେଳ ଧାରଣାରେ ବୁଲି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ପରସ୍ପରରେ ଫଟୋ ଉଠାଉଥିଲେ। ୪ ଜଣ ସେଲଫି ନେବାକୁ ରେଳ ଧାରଣାରେ ଠିଆ ହୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଏକ ଟ୍ରେନ୍‍ ସେମାନଙ୍କ ଆଡକୁ ମାଡି ଆସିଥିଲା। ଡରରେ ୩ ଜଣ ବାମ ପଟକୁ ଓ ଦିନେଶ ଡାହାଣ ପଟକୁ ଡେଇଁ ପଡ଼ିଥିଲେ। ତେବେ ବାମ ପଟ ଧାରଣରେ ଆସୁଥିବା ଅନ୍ୟ ଏକ ଟ୍ରେନ୍‍ରେ ୩ ଜଣ ଯାକଁ କଟିଯାଇଥିଲେ। ଡାହାଣ ପଟକୁ ଡେଇଁଥିବା ଦିନେଶ ଜୀବନ ବଞ୍ଚିଯାଇଛି। ରେଳୱେ ପୁଲିସ୍‍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜିଆରପି ପୁଲିସ୍‍ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories