www.samajalive.in
Monday, December 15, 2025
27.1 C
Bhubaneswar

ଦୂତିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ

କଟକ : ଓଡ଼ିଆ ଧାବିକା ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ ପାଇଁ ମଙ୍ଗଳବାର ସୁପାରିସ କରିଛି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)। ଆନ୍ତର୍ଜାତିକ ସ୍ତରରେ ଦେଶକୁ ଗର୍ବିତ କରିଥିବାରୁ ଦୂତିଙ୍କୁ ଅର୍ଜୁନ ପ୍ରଦାନ ପାଇଁ ଏଏଫ୍‌ଆଇ ସୁପାରିସ କରିଛି। ନିକଟରେ ଦୋହାରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌​‌େ​‌ର ଯାଜପୁର ଏକ୍ସପ୍ରେସ୍ ଦୂତି ଚାନ୍ଦ ଏକ ବ୍ରୋଞ୍ଜ୍‌ପଦକ ଜିତିଥିଲେ।
୨୩ ବର୍ଷ ବୟସ୍କା ଦୂତି ଚାନ୍ଦ ଗତ କିଛିବର୍ଷ ହେଲା ଦେଶର ସର୍ବଶ୍ରେଷ୍ଠ ମହିଳା ସ୍ପ୍ରିଣ୍ଟର ହୋଇ ରହିଛନ୍ତି। ତାଙ୍କ କ୍ୟାରିଅର ନଷ୍ଟ କରିବାକୁ ଷଡ଼ଯନ୍ତ୍ର କରା ଯାଇଥିଲେ ହେଁ ଏହାକୁ ପ୍ରତିହତ କରି ଦୂତି ଆନ୍ତର୍ଜାତିକ ସଫଳତା ହାସଲ କରିଛନ୍ତି। ସେ ୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡଧାରୀ। ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ା ଦୂତି ଚାନ୍ଦଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଏହି କ୍ରୀଡ଼ାରେ ଦୂତି ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟପଦକ ହାସଲ କରିଥିଲେ। ୨୦୧୩ ପୁଣେ ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ଗୋଟିଏ, ୨୦୧୭ ଭୁବନେଶ୍ବର ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ୨ଟି ଏବଂ ଦୋହା ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ଗୋଟିଏ ବ୍ରୋଞ୍ଜ୍ ପଦକ ଦୂତି ଜିତିଛନ୍ତି। ସେ ୨୦୧୬ ରିଓ ଅଲିମ୍ପିକ୍‌ସରେ ମଧ୍ୟ ଭାଗ ନେଇଥିଲେ। ଦୂତିଙ୍କ ସହ ଏଏଫ୍‌ଆଇ ଆଉ ୪ ଆଥ୍‌ଲେଟ୍‌- ମନଜିତ ସିଂହ (୮୦୦ ମିଟର), ଅର୍ପିନ୍ଦର ସିଂହ (ଟ୍ରିପ୍‌ଲ ଜମ୍ପ୍), ତେଜିନ୍ଦର ପାଲ ସିଂହ ତୁର୍ (ସଟ୍‌ପୁଟ୍‌) ଓ ସ୍ବପ୍ନା ବର୍ମନ୍ (ହେପ୍‌ଟାଥଲନ୍‌)ଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ପୁଣି ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରିବାକୁ ଏଏଫ୍‌ଆଇ ସୁପାରିସ କରିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories