www.samajalive.in
Sunday, December 14, 2025
14.1 C
Bhubaneswar

ନିଶା ଦ୍ରବ୍ୟ ରଖିବା ମାମଲା; ନେସ୍‌ ୱାଡିଆଙ୍କୁ କାରାଦଣ୍ଡାଦେଶ

ନୂଆଦିଲ୍ଲୀ : ଶିଳ୍ପପତି ନେସ୍‌ ୱାଡିଆ ଜାପାନରେ ଛୁଟି କଟାଉଥିବାବେଳେ ପାଖରେ ନିଶା ଦ୍ରବ୍ୟ ରଖିଥିବା ନେଇ ହୋଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ସେ ଗତ ମାର୍ଚ୍ଚରେ ଉତ୍ତର ଜାପାନ ଦ୍ବୀପ ​ହୋକାଇଡୋର ନ୍ୟୁ ଚିଟୋସେ ବିମାନବନ୍ଦରରେ ଗିରଫ ହୋଇଥିଲେ। ସନ୍ଧାନୀ କୁକୁର ସାହାଯ୍ୟରେ ତାଙ୍କ ପ୍ୟାଣ୍ଟ ପକେଟରୁ ୨୫ଗ୍ରାମ ଚରସ (ଗଞ୍ଜେଇ) ଜବତ ହୋଇଥିଲା। ଏହାକୁ ସେ ବ୍ୟକ୍ତିଗତ ବ୍ୟବହାର ପାଇଁ ରଖିଥିବା ଯୁକ୍ତି ଦର୍ଶାଇଥିଲେ। କିଛି ଦିନ ତାଙ୍କୁ ସେଠାରେ ଅଟକ ରଖାଯିବା ପରେ ମାର୍ଚ୍ଚ ୨୦ରେ ମୁକ୍ତ କରାଯାଇଥିଲା। ସ୍ଥାନୀୟ ସାପୋରୋ ଜିଲା ଅଦାଲତ ଏବେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ଶୁଣାଇଛି। ଜାପାନରେ ନିଶା କାରବାର ଆଇନ ଅତ୍ୟନ୍ତ କଠୋର। ନେସ୍‌ ହେଉଛନ୍ତି ୨୮୩ବର୍ଷର ପୁରୁଣା ୱାଡିଆ ଶିଳ୍ପ ଗୋଷ୍ଠୀର ମାଲିକ ନୁସ୍‌ଲି ୱାଡିଆଙ୍କ ପୁଅ। ତାଙ୍କ ମାଲିକାନାରେ ବମ୍ବେ ଡାଇଙ୍ଗ୍‌ କପଡ଼ା, ବ୍ରିଟାନିଆ ବିସ୍କୁଟ, ଗୋ’ଏୟାର ବିମାନସେବା, ବର୍ମାନ୍‌ ଟ୍ରେଡିଂ ଭଳି କମ୍ପାନୀ ରହିଛି। ସେ ଆଇପିଏଲ ଟିମ୍‌ କିଙ୍ଗ୍‌ସ୍‌ ଏକାଦଶ-ପଞ୍ଜାବର ଯୁଗ୍ମ ମାଲିକ। ୱାଡିଆ ଶିଳ୍ପ ଗୋଷ୍ଠୀର ମୂଲ୍ୟ ପ୍ରାୟ ୧୩ଶହ କୋଟି ଡଲାର।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories