www.samajalive.in
Monday, December 15, 2025
16.1 C
Bhubaneswar

ଗୋପାଳପୁର – ଚାନ୍ଦବାଲି ମଧ୍ୟରେ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼ ‘ଫନି’

ସମାଜ ପୋର୍ଟାଲ ଡେସ୍କ: ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ବିଶାଖାପାଟଣାଠାରୁ ଦକ୍ଷିଣ ପୂର୍ବ ଦିଗରେ ୬୨୦ କିଲୋମିଟର, ପୁରୀଠାରୁ ଦକ୍ଷିଣରେ ୭୦୦ କିଲୋମିଟର ଏବଂ ଶ୍ରୀଲଙ୍କା ତ୍ରିକୋମାଲିଠାରୁ ଉତ୍ତର-ଉତ୍ତର ପୂର୍ବରେ ୬୬୦ କିଲୋମିଟର ଦୂରରେ ରହିଛି।

ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅତ୍ୟଧିକ ଭୟଙ୍କର ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ବୁଧବାର (ମେ ୧ ତାରିଖ) ସନ୍ଧ୍ୟା ସୁଦ୍ଧା ‘ଫନି’ ଉତ୍ତର ପଶ୍ଚିମ ଦିଗକୁ ଗତିକରି ପୁନର୍ବାର ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ଓ ଶୁକ୍ରବାର (ମେ ୩ ତାରିଖ) ଅପରାହ୍ନରେ ପୁରୀର ଦକ୍ଷିଣରେ ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟ ଦେଇ ଓଡିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଉପକୂଳ ଅତିକ୍ରମ କରିବା ସମୟରେ ଏହି ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ପବନ ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବ ଓ ସର୍ବାଧିକ ଘଣ୍ଟା ପ୍ରତି ୨୦୫ କିଲୋମିଟର ହେବାର ପାଣିପାଗ ବିଭାଗ ଆକଳନ କରିଛି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories