www.samajalive.in
Friday, December 12, 2025
15.1 C
Bhubaneswar

୪ହଜାର ଏମ୍ଏଚ୍ ବ୍ୟାଟେରି ସହ ‘ଓପୋ ଏ-୧କେ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଟେଲିକମ କମ୍ପାନୀ ଓପୋ ତାର ନୂଆ ସ୍ମର୍ଟଫୋନ ‘ଓପୋ ଏ-୧କେ’ର ଭାରତୀୟ ବଜାର ପ୍ରବେଶ କରିଛି। ଓପୋ ଏ-୧କେ ଫୋନରେ ୩୨ଜିବି ରାମ ଷ୍ଟୋରେଜ ସହିତ ବଡ଼ ବ୍ୟାଟେରି ଏବଂ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ମିଳିବ। ଏହି ଫୋନକୁ ପେଟିଏମ୍ ମଲ, ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଭଳି ଅନଲାଇନ ଷ୍ଟୋର ଏବଂ ଅଫଲାଇନ ଷ୍ଟୋରରୁ କିଣି ପାରିବେ। ଫୋନର ମୂଲ୍ୟ ମାତ୍ର ୮ହଜାର ୪୯୦ଟଙ୍କା।

pic courtesy-my smart price

ଓପୋ ଏ-୧କେର ବିଶେଷତ୍ବ
ଏହି ଫୋନରେ ୬.୧ଇଞ୍ଚର ଓ୍ପାଟର ଡ୍ରପ ନଞ୍ଚ ଡିସପ୍ଲେ ମିଳିବ। ଏହାବ୍ୟତୀତ ଡିସପ୍ଲେ ଉପରେ ଗରିଲା ଗ୍ଲାସର ପ୍ରୋ‌ଟେକ୍ସନ ଦିଆଯିବ। ଫୋନରେ ୨ଜିବି ରାମ ସହିତ ୩୨ଜିବି ଷ୍ଟୋରେଜ ମଳିବ। ଯାହାକୁ ମେମାରୀ କାର୍ଡ଼ ସାହାର୍ୟ୍ୟରେ ବଢାଇପାରିବେ। ଫୋନରେ ମିଡ଼ିଆଟେକର ୬୭୬୨ପ୍ରୋସେସର ମିଳିବ। ଏହାବ୍ୟତୀତ ଫୋନ ସହିତ ଫାଷ୍ଟ ଚାର୍ଜିଙ୍ଗ ପାଇଁ ୧୦ୱାଟର ଚାର୍ଜର ମଧ୍ୟ ମିଳିବ।
ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ୮ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୫ମେଗାପିକ୍ସେଲର ଆଗପଟ କ୍ୟାମେରା ରହିଛି। ଯାହାର ଏଫ୍ ୨.୦। ଫୋନରେ ୪ହଜାର ଏମ୍ଏଚର ବ୍ୟାଟେରି ଦିଆଯାଇଛି। ସଂଯୋଗ ପାଇଁ ଫୋନରେ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଏବଂ ୩.୫ଏମ୍ଏମ୍ର ହେଡ଼ଫୋନ ଜ୍ୟାକ ମଧ୍ୟ ମିଳିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories