www.samajalive.in
Monday, December 15, 2025
16.1 C
Bhubaneswar

 ରାଜସ୍ଥାନର ଚମକପ୍ରଦ ବିଜୟ

ଜୟପୁର : ଆଇପିଏଲ୍‍-୧୧ରେ ରବିବାର ୨ୟ ମ୍ୟାଚ୍‍ ମଧ୍ୟ ରୋମାଞ୍ଚକର ଭାବେ ଶେଷହୋଇଛି। ଏଥିରେ ରାଜସ୍ଥାନ ରୟାଲ୍‍ସ ୩ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‍ସକୁ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବ ଓ ଈଶାନ୍‍ କିଷନଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‍ସ ୭ ୱିକେଟରେ ୧୬୭ ରନ୍‍ କରିଥିଲା। ପରେ ସଞ୍ଜୁ ସାମ୍‍ସନଙ୍କ ଅର୍ଦ୍ଧଶତକ ବଳରେ ୨ଟି ବଲ୍‍ ବାକିଥାଇ ୭ ୱିକେଟ ହରାଇ ରାଜସ୍ଥାନ ଜିତିଥିଲା। ୫ମ ମ୍ୟାଚ୍‍ରେ ମୁମ୍ବଇର ଏହା ୪ର୍ଥ ପରାଜୟ ଏବଂ ୬ଷ୍ଠ ମ୍ୟାଚ୍‍ରେ ରାଜସ୍ଥାନର ଏହା ୩ୟ ବିଜୟ।
୧୬୮ ରନ୍‍ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍‍ସ ୩୮ ରନ୍‍ରେ ୨ଟି ୱିକେଟ ହରାଇଥିଲା। ରାହୁଲ ତ୍ରିପାଠୀ ୯ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୪ ରନ୍‍କରି ଆଉଟ ହୋଇ ଯାଇଥିଲେ। ପରେ ସଞ୍ଜୁ ସାମ୍‍ସନ ଓ ବେନ୍‍ ଷ୍ଟୋକ୍‍ସ ସ୍କୋର୍‍କୁ ଆଗେଇ ନେଇଥିଲେ। ସାମ୍‍ସନ-ଷ୍ଟୋକ୍‍ସ ୩ୟ ୱିକେଟ ପାଇଁ ୭୨ ରନ୍‍ ଯୋଗ କରିଥିଲେ। ବାମହାତି ଷ୍ଟୋକ୍‍ସ ୨୭ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୦ ରନ୍‍କରି ଆଉଟ ହୋଇଥିଲେ। ଏହାପରେ ରନ୍‍ଗତି ଧିମେଇ ଯାଇଥିଲା। ଜିତିବା ପାଇଁ ରାଜସ୍ଥାନ ରୟାଲ୍‍ସ ଶେଷ ୪ ଓଭରରୁ ୪୪ ରନ୍‍ ଆବଶ୍ୟକ କରୁଥିବା ବେଳେ ସାମ୍‍ସନ ଆଉଟ ହୋଇ ଯାଇଥିଲେ। କେରଳର ଏହି ବ୍ୟାଟ୍‍ସମ୍ୟାନ୍‍ ୩୯ ବଲ୍‍ରୁ ୪ଟି ଚୌକା ସହ ୫୨ ରନ୍‍ କରିଥିଲେ। ପରବର୍ତ୍ତୀ ବଲ୍‍ରେ ଜୋସ୍‍ ବଟ୍‍ଲର ୮ ରନ୍‍କରି ବୋଲ୍‍ଡ ହୋଇ ଯାଇଥିଲେ। ହେନ୍‍ରିଚ୍‍ କ୍ଲାସେନ୍‍ ଖାତା ଖୋଲି ପାରିନଥିଲେ। ରାଜସ୍ଥାନ ଶେଷ ୩ ଓଭରରେ ୪୩ ଓ ଶେଷ ଓଭରରେ ୧୦ ରନ୍‍ ଆବଶ୍ୟକ କରୁଥିବା ବେଳେ କେ. ଗୌତମ ଚୌକା ଓ ଛକାମାରି ଦଳକୁ ଜିତାଇଥିଲେ। ଗୌତମ ୧୧ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୩୩ ରନ୍‍କରି ଅପରାଜିତ ରହି ଦଳର ବିଜୟରେ ହିରୋ ସାଜିଥିଲେ। ଯଶପ୍ରୀତ ବୁମ୍‍ରା ଓ ହାର୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ପାଇଥିଲେ। ଜୋଫ୍ରା ଆଚ୍ରର ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ମୁମ୍ବଇ ଇଣ୍ଡିଆନ୍‍ସ ଟସ୍‍ ଜିତି ବ୍ୟାଟିଂ ନେଇଥିଲା। ପରେ ଓପ୍‍ନର ସୂର୍ଯ୍ୟକୁମାର ଯାଦବ ଓ ଈଶାନ୍‍ କିଷନ୍‍ ୧୪ ଓଭର ବ୍ୟାଟିଂକରି ୧୨୯ ରନ୍‍ ଯୋଗ କରିଥିଲେ। ପରେ ରାଜସ୍ଥାନର ବୋଲର ଚମତ୍କାର ପ୍ରଦର୍ଶନ କରି ଶେଷ ୬ ଓଭରରେ ମାତ୍ର ୩୮ ରନ୍‍ ଦେଇ ୬ଟି ୱିକେଟ ନେଇ ପାରିଥିଲେ। ଝାଡ଼ଖଣ୍ଡର ବାମହାତି ବ୍ୟାଟ୍‍ସମ୍ୟାନ୍‍ ଇଶାନ୍‍ କିଷନ୍‍ ୪୨ ବଲ୍‍ରୁ ୩ଟି ଛକା ଓ ୪ଟି ଚୌକା ସହ ୫୮ ରନ୍‍କରି ଆଉଟ ହୋଇଥିଲେ। ପରବର୍ତ୍ତୀ ଓଭରରେ ସୂର୍ଯ୍ୟକୁମାର ଯାଦବ ଆଉଟ ହୋଇ ଯାଇଥିଲେ। ମୁମ୍ବଇର ଏହି ବ୍ୟାଟ୍‍ସମ୍ୟାନ୍‍ ୪୭ ବଲ୍‍ରୁ ୩ଟି ଛକା ଓ ୬ଟି ଚୌକା ସହ ୭୨ ରନ୍‍ କରିଥିଲେ। ଶେଷ ୬ ଓଭର କୈରନ୍‍ ପୋଲାର୍ଡ ଇନିଂସ ସମ୍ଭାଳିଥିଲେ। ରୋହିତ ଶର୍ମା ୦, କ୍ରୁନାଲ ପାଣ୍ଡ୍ୟା ୭ ଓ ହାର୍ଦିକ ପାଣ୍ଡ୍ୟା ୪ ରନ୍‍ କରି ପାରିଥିଲେ। ଜୀବନର ପ୍ରଥମ ଆଇପିଏଲ୍‍ ମ୍ୟାଚ୍‍ ଖେଳିଥିବା ୱେଷ୍ଟଇଣ୍ଡିଜ୍‍ର ଜୋଫ୍ରା ଆର୍ଚର ୪ ଓଭରରୁ ୨୨ ରନ୍‍ଦେଇ ୩ଟି ୱିକେଟ ନେଇଥିଲେ। ଧବଳ କୁଲକର୍ଣ୍ଣୀ ୨ଟି ୱିକେଟ ପାଇଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories