www.samajalive.in
Saturday, December 13, 2025
23.1 C
Bhubaneswar

ଆମ ସହିତ ଯୋଗାଯୋଗରେ ଅଛନ୍ତି ୪୦ ତୃଣମୂଳ ବିଧାୟକ : ମୋଦୀ

ଶ୍ରୀରାମପୁର : ତୃଣମୂଳ ​ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ନିଜ ରାଜ୍ୟରେ ଚମକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ଶ୍ରୀରାମପୁରଠାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ‘ମମତାଙ୍କ ଦଳର ୪୦ ବିଧାୟକ ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ନିର୍ବାଚନରେ ବିଜେପି ବିଜୟ ହାସଲ କରିବ ଓ ଏହା ପରେ ସେମାନେ ବିଜେପିରେ ଯୋଗଦେବେ। ମମତା ଦଳରେ ପରିବାରବାଦ ଚଳାଇଛନ୍ତି। ପୁତୁରା ଅଭିଷେକ (ଡାଇମଣ୍ଡ ହାରବର୍‌ ସାଂସଦ)ଙ୍କୁ ନିଜର ଉତ୍ତରାଧିକାରୀ ଭାବେ ପଶ୍ଚିମବଙ୍ଗର ଶାସନଭାର ଅର୍ପଣ କରି ସେ ପ୍ରଧାନମନ୍ତ୍ରୀ ହେବା ସ୍ବପ୍ନ ଦେଖୁଛନ୍ତି। ଏହା ସାକାର ହେବ ନାହିଁ। ଦିଦିଙ୍କ ପାଦ ତଳୁ ମାଟି ଖସିବାରେ ଲାଗିଛି। ଦିଦିଙ୍କ ପାଇଁ ଦିଲ୍ଲୀ ଦୂର ହୋଇଯିବ; ସେ ଆଉ ଦିଲ୍ଲୀ ଦେଖିପାରିବେ ନାହିଁ। ଦିଦି ହାରିବା ଜାଣି ରାଗି ଯାଉଛନ୍ତି।’
ସଭାରେ ମୋଦୀ ପୁନର୍ବାର ଅଭିଯୋଗ କରିଛନ୍ତିି ଯେ ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ ପକ୍ଷରୁ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି କରାଯାଉଛି ଓ ଏହାର ଗୁଣ୍ଡାମାନେ ବୁଥ୍‌ ଜବରଦଖଲ ସହିତ ମତାଦାତାଙ୍କୁ ଧମକଚମକ ଦେଇ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି। ବିରୋଧୀ ଦଳ ନେତାମାନେ ପରାଜୟ ନିଶ୍ଚିତ ଜାଣି ଇଭିଏମ୍‌ର ଦୋଷ ଦେଉଛନ୍ତି। ପୂର୍ବରୁ ଆମକୁ ଗାଳି ଦେଉଥିଲେ, ଏବେ ଇଭିଏମ୍‌କୁ ଗାଳି ଦେଉଛନ୍ତି।
ଏହାର ଜବାବରେ ତୃଣମୂଳ ମୁଖପାତ୍ର ଡେରିକ୍ ଓ’ବ୍ରିଏନ୍‌ କହିଛନ୍ତିି ଯେ ‘ମୋଦୀ ରାଜ୍ୟ​‌େ​‌ର ଘୋଡ଼ା ବେପାରର ଆଶ୍ରୟ ନେଇଛି। ‘ଏକ୍ସପାୟାରି ବାବୁ ପିଏମ୍‌’ ମୋଦୀଙ୍କ ସମୟ ସରିଗଲାଣି। ସେ ମନେରଖନ୍ତୁ ଜଣେ ହେଲେ ବି ତାଙ୍କ ସହିତ ଯିବେ ନାହିଁ। ଜଣେ କାଉନ୍‌ସିଲର ମଧ୍ୟ ତାଙ୍କ ଦଳରେ ଯୋଗଦେବେ ନାହିଁ। ମୋଦି ନିର୍ବାଚନ ପ୍ରଚାର କରୁଛନ୍ତି ନା ଘୋଡ଼ା ବେପାରରେ ମାତିଛନ୍ତି।’ ଏହା ବିରୋଧରେ ତୃଣମୂଳ ନିର୍ବାଚନ ଆୟୋଗଙ୍କୁ ଫେରାଦ ହେବ ବୋଲି ଡେରିକ କହିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories