www.samajalive.in
Monday, December 15, 2025
15.1 C
Bhubaneswar

ଭୋଟଦାନରୁ ବଞ୍ଚିତ ; ପୋଲିଂ ପାର୍ଟିକୁ ଅଟକ ରଖିଲେ ଗ୍ରାମବାସୀ

ଧାମରା : ଧାମରା ନିକଟସ୍ଥ ଦୋସିଙ୍ଗା ପଞ୍ଚାୟତରେ ନିର୍ବାଚନ ଅଧିକାରୀ ସାଧାରଣ ଜନତାଙ୍କୁ ଭୋଟ ଦେବାରୁ ବଞ୍ଚିତ କରିଥିବାରୁ ସାଧାରଣ ଜନତା ପୋଲିଂ ପାର୍ଟିକୁ ଅଟକ ରଖିଥିବା ଜଣାଯାଇଛି। ଖବରରୁ ପ୍ରକାଶ ରବିନ୍ଦ୍ରନଗରର ଭୋଟର ମାନସ ଜେନାଙ୍କ କ୍ରମିଙ୍କ ନଂ ୪୮୧ ବୋଲି କାଗଜରେ ଲିଖିତ ଥିବାବେଳେ ସଂପୃକ୍ତ ବ୍ୟକ୍ତି ଜଣକ ରବିନ୍ଦ୍ରନଗର ବିଦ୍ୟାଳୟକୁ ଭୋଟ ଦେବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ନିର୍ବାଚନ ଅଧିକାରୀ ମାନସକୁ ଖାତାରେ ନାମ ନାହିଁ ବୋଲି କହି ଫେରାଇ ଦେଇଥିଲେ। ମାନସ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକ ମାନଙ୍କ ପାଖରେ ଅଭିଯୋଗ କରିବା ପରେ ସାଧାରଣ ଜନତା ଅଧିକାରୀଙ୍କ ପାଖରେ ଥିବା ଖାତା ଦେଖିଥିଲେ। ପରେ ସେଠାରେ ମାନସ ଜେନାଙ୍କ ନାମ ଥିବା ଦେଖିବାକୁ ମିଳିଥିଲା ମାତ୍ର ସମୟ ଅତିକ୍ରାନ୍ତ ହୋଇଯାଇଛି ବୋଲି କହି ନିର୍ବାଚନ ଅଧିକାରୀ ମାନସ ଏବଂ ସଂପୃକ୍ତ ଗ୍ରାମବାସୀଙ୍କ ଭୋଟ ଦାନରୁ ବଞ୍ଚିତ କରିଥିଲେ। ଏ ନେଇ ରବିନ୍ଦ୍ରନଗର ଏବଂ ଅମରନଗର ଗ୍ରାମବାସୀ ସଂପୃକ୍ତ ପୋଲିଂ ପାର୍ଟିକୁ ଅଟକାଇ ରଖିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories