www.samajalive.in
Sunday, December 14, 2025
14.1 C
Bhubaneswar

ଆଚରଣ ବିଧି ଉଲଙ୍ଘନ : ମେନକା ଗାନ୍ଧୀଙ୍କ ଉପରେ ୪୮ ଘଣ୍ଟା ପାଇଁ କଟକଣା

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀଙ୍କ ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପୁଣି ୪୮ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି । ଦ୍ୱିତୀୟ ଥର ପାଇଁ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ଏଭଳି କଟକଣା ଜାରି କରାଯାଇଛି। ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ୍‍ ତାଙ୍କର ତୀବ୍ର ସମାଲୋଚନା କରିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ୪୮ ଘଣ୍ଟା ପାଇଁ କୌଣସି ନିର୍ବାଚନ ସଭା, ରୋଡ୍‍ ଶୋ’ କିମ୍ବା ସାକ୍ଷାତ୍‍କାର କାର୍ଯ୍ୟକ୍ରମରୁ ବାଦ ଦିଆଯାଇଛି। ମେନକା ଗାନ୍ଧୀଙ୍କଦ୍ୱାରା ଏହା ହେଉଛି ଦ୍ୱିତୀୟ ଆଚରଣ ବିଧି ଉଲଙ୍ଘନ। ଭବିଷ୍ୟତରେ ଏଭଳି ଭୁଲ୍‍ ନ କରିବାକୁ କମିଶନ୍‍ ତାଙ୍କୁ ଚେତାବନୀ ଦେଇଛି।

ଗତ ୧୪ ତାରିଖରେ ସୁଲ୍‍ତାନପୁରର ସରକୋଟା ଗ୍ରାମଠାରେ ଏକ ନିର୍ବାଚନ ସଭାରେ ଉଦ୍‍ବୋଧନ ଦେବାବେଳେ ସେ ଭୋଟର୍‍ମାନଙ୍କୁ ତାଙ୍କ ପ୍ରତି ସେମାନଙ୍କ ଭୋଟ୍‍ ପ୍ରତିଶତ ଅନୁସାରେ ଶ୍ରେଣୀରେ ବିଭାଗ କରିଥିଲେ ଓ ସେହି ଅନୁସାରେ ସେମାନଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ।  ମେନକା ଗାନ୍ଧୀଙ୍କର ଏହି ବିବୃତ୍ତି ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ କରୁଛି କରୁଛି ବୋଲି କମିଶନ କହିଛନ୍ତି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories