www.samajalive.in
Monday, December 15, 2025
27.1 C
Bhubaneswar

ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ସୁରକ୍ଷା ବ୍ୟବସ୍ଥା କଡାକଡି

ସମାଜ ପୋର୍ଟାଲ ଡେସ୍କ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୩ହଜାର ୯୨ଟି ସମ୍ବେଦନଶୀଳ ଭୋଟ୍‍ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପରିଚାଳନା ସୁରୁଖୁରୁରେ କରିବା ପାଇଁ ୭୨ହଜାର ୩୬୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ମହିଳାମାନଙ୍କ ଦ୍ୱାରା ୧୦୫ଟି ବୁଥ୍‍ ଏବଂ ଦିବ୍ୟାଙ୍ଗଙ୍କ ଦ୍ୱାରା ୪ଟି ବୁଥ୍‍ ପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି।

ନିର୍ବାଚନ କାର୍ଯ୍ୟରେ ସହଯୋଗ ପାଇଁ ୨୧ହଜାର ୪୨୮ ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ୫୯୫ଟି ମତଦାନ କେନ୍ଦ୍ରରେ ମାଇକ୍ରୋ ଅବଜରଭର ନିଯୁକ୍ତି ସହ ୫୫୪ଟି ମତଦାନ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ବିଶେଷ କରି କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ସୁରକ୍ଷାବଳ ମୁତୟନ କରାଯାଇଛି। ୩୬ ପ୍ଲାଟୁନ୍‍ ଫୋର୍ସ ମୁତୟନ ସହ ୧୩୦ ଜଣ ସୁରକ୍ଷା ଅଧିକାରୀ ଏବଂ ୩ଶହ ଜଣ କନେଷ୍ଟବଳଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରାଯାଇଛି।

- Advertisement -

କେନ୍ଦ୍ରାପଡ଼ା ଜିଲ୍ଲାର ୨୫୬ଟି ସମ୍ବେଦନଶୀଳ ବୁଥ୍‍ ଉପରେ କଡ଼ା ନଜର ରଖାଯାଇଛି। ରବିବାର ରାତିରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ରିଟର୍ଣ୍ଣିଂ ଅଫିସର୍‍ ଏବଂ ଗୁଇନ୍ଦା ବିଭାଗ ବିଭିନ୍ନ ହୋଟେଲ ଏବଂ ଲଜ୍‍ରେ ଚଢ଼ଉ କରିଛନ୍ତି। ତେବେ ଏଥିରେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରାଯାଇନଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ କେନ୍ଦ୍ରାପଡ଼ାରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗରେ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବିଜେପି ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ଭଏସ୍‍ କଲ୍‍ ଆସୁଥିବା ବିଜେଡ଼ି ଅଭିଯୋଗ କରିଛନ୍ତି। ମାହାଙ୍ଗା ନିର୍ବାଚନ ମଣ୍ଡଳୀର କେତେକ ନିର୍ଦ୍ଦିଷ୍ଟ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରୁ ବାହାର ନିର୍ବାଚନ ମଣ୍ଡଳୀର କିଛି ଲୋକଙ୍କୁ ଜିଲ୍ଲା ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories