www.samajalive.in
Thursday, December 11, 2025
27.1 C
Bhubaneswar

ପ୍ରଭୁ ଭୋଳାନାଥଙ୍କ ସମ୍ବନ୍ଧରେ କିଛି ଅଜଣା କଥା

ହିନ୍ଦୁ ଧର୍ମରେ ସବୁ ନିଜ ସୁବିଧା ଅନୁସାରେ କୌଣସି ବି ଦେବାଦେବୀଙ୍କୁ ନିଜ ପସନ୍ଦ ଅନୁସାରେ ପୂଜା କରିଥାଆନ୍ତି। କିନ୍ତୁ ଏ ସବୁ ଭିତରେ ଭଗବାନ ଶିବ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଏବଂ ଆବାଳ ବୃଦ୍ଧବନିତା ପୂଜା କରିବା ପାଇଁ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି କଥା ଯାହା ପାଇଁ ଭଗବାନ ଶିବ ସମସ୍ତଙ୍କ ପସନ୍ଦ

ଭଗବାନ ଶିବ ଭାଙ୍ଗ ପିଅନ୍ତି । କିଛି ଲୋକ ଭଗବାନ ଶିବଙ୍କ ନାମ ନେଇ ନିଶା କରନ୍ତି। ଏପରି କି ଶୁଣିବାକୁ ମିଳେ ଭଗବାନ ଶିବ ଭାଙ୍ଗ ପିଉଥିଲେ ସେଥିପାଇଁ ପ୍ରାୟ ସବୁ ନିଶାଖୋର ବ୍ୟକ୍ତି ଶିବ ମହା ପ୍ରଭୁଙ୍କ ଭକ୍ତ ହୋଇଥାଆନ୍ତି ।

- Advertisement -

ଭଗବାନ ଶିବଙ୍କ ପୂଜା ପାଇଁ କିଛି ମିଷ୍ଟାନ ଦ୍ରବ୍ୟର ଆବଶ୍ୟକତା ନ ଥାଏ । ସାଧାରଣତଃ ଦେବାଦେବୀଙ୍କ ଭୋଗ ପାଇଁ ବିଭିନ୍ନ ମିଠା ଖାଦ୍ୟର ପ୍ରସାଦ ଭୋଗ ଲାଗି ଥାଏ , କିନ୍ତୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ହେଲେ ଆପଣ ଜଳ ଓ କଞ୍ଚା କ୍ଷୀର ଅର୍ପଣ କରିବା ଦ୍ବାରା ସେ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ବେଲ ପତ୍ର ଅର୍ପଣ କରିଥାଆନ୍ତି।

ଭଗବାନ ଶିବ ଏପରି ଏକ ଦେବତା ଯାହାଙ୍କ ଉପାସନା ରାଜା, ଭିକାରୀ, ଦେବତା, ରାକ୍ଷସ ଓ ତାନ୍ତ୍ରିକ ସଭିଏଁ କରିଥାଆନ୍ତି । ସେ ଭଲ ଓ ଖରାପ ସମସ୍ତଙ୍କ ପ୍ରିୟ ଅଟନ୍ତି ।

ସମସ୍ତ ଆଦି ଶକ୍ତିମାନଙ୍କ ମଧ୍ୟରେ ଭଗବାନ ଶିବଙ୍କ ବେଶଭୂଷା ସବୁଠୁ ସାଧାରଣ ଓ ଭିନ୍ନ ଅଟେ। ଉପାସନା ମାତ୍ରକେ ପ୍ରସନ୍ନ ହେଉଥିବା କାରଣରୁ ଭଗବାନ ଶିବଙ୍କୁ ଭୋଳାନାଥ କୁହାଯାଏ ।

ଭଗବାନ ଶିବ ଦେବମାନଙ୍କ ମହାଦେବ ଅଟନ୍ତି । ଦେବତାମାନେ ଶୁଭ ଏବଂ ଅସୁରମାନେ ଅଶୁଭ ବରଦାନ ଭଗବାନ ଶିବଙ୍କୁ ହିଁ ମାଗିଥାନ୍ତି ।

ଭଗବାନ ଶିବଙ୍କୁ ପ୍ରଳୟଙ୍କାରୀ ଦେବତା ମଧ୍ୟ କୁହାଯାଏ । ଦେଖିବାକୁ ଗଲେ ଭୋଳାନାଥଙ୍କୁ ବହୁତ କମ୍‌ ରାଗ ଆସିଥାଏ । ଧର୍ମ ଶାସ୍ତ୍ରରେ ଉଲେଖ ଯେ, ଭଗବାନଙ୍କୁ ରାଗ ଶେଷ ଥର ପାଇଁ ସେତେବେଳେ ଆସିଥିଲା ଯେତେବେଳେ ନିଜର ପତ୍ନୀ ସତୀ ନିଜକୁ ଭସ୍ମ କରି ଦେଇଥିଲେ ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories