www.samajalive.in
Sunday, December 14, 2025
26.1 C
Bhubaneswar

୪୧ଟି ବିଧାନସଭା ଆସନ ପାଇଁ ମତଦାନ ଜାରି: ୯ଟା ସୁଦ୍ଧା ୯ ପ୍ରତିଶତ ମତଦାନ

ସମାଜ ପୋର୍ଟାଲ ଡେସ୍କ: ଚଳିତ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ତଥା ରାଜ୍ୟ ପାଇଁ ଅନ୍ତିମ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଏବଂ ୪୧ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ମୋଟ୍‍ ୫୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡ଼ି ଓ ବିଜେପିର ୬ଜଣ ଲେଖାଏଁ ଏବଂ କଂଗ୍ରେସର ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୬ଟି ଲୋକସଭା ଆସନ ମଧ୍ୟରୁ ଚାରୋଟି ଆସନ ସଂରକ୍ଷିତ ହୋଇଥିବା ବେଳେ ଅନ୍ୟ ଦୁଇଟି ଆସନ ସାଧାରଣ ବର୍ଗଙ୍କ ପାଇଁ ରହିଛି। ବାଲେଶ୍ୱର ଲୋକସଭା ଆସନ ପାଇଁ ସର୍ବାଧିକ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କେନ୍ଦ୍ରାପଡ଼ା ପାଇଁ ସର୍ବନିମ୍ନ ୭ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ଜେନା, ବୈଜୟନ୍ତ ପଣ୍ଡା, ଅନୁଭବ ମହାନ୍ତି, ବିଭୂପ୍ରସାଦ ତରାଇ, ରାଜଶ୍ରୀ ମଲ୍ଲିକ, ନବଜ୍ୟୋତି ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଧରଣୀଧର ନାୟକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କେତେକ ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିବା ଜଣାପଡିଛି।

ରାଜ୍ୟର ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ପାଟକୁରା ବିଧାନସଭା ଆସନ ପାଇଁ ଆସନ୍ତା ମାସ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୮ଟି ଲେଖାଏଁ, ଯାଜପୁରର ୭ଟି, ଭଦ୍ରକର ୫ଟି, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ୪ଟି ଲେଖାଏଁ, କଟକର ୩ଟି ଏବଂ ପୁରୀ ଜିଲ୍ଲାର ୨ଟି ବିଧାନସଭା ଆସନ ପାଇଁ ୩୩୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ। ସେମାନଙ୍କ ମଧ୍ୟରେ ବିଜେଡ଼ି ଓ ବିଜେପିର ୪୧ ଜଣ ଲେଖାଏଁ ପ୍ରାର୍ଥୀ, କଂଗ୍ରେସର ୩୮ ଏବଂ ସ୍ୱାଧୀନ ଭାବେ ୮୬ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ୧୫ଟି ଆସନ ସଂରକ୍ଷିତ ରହିଥିବା ବେଳେ ୨୬ଟି ଆସନ ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ ରହିଛି। ଏହି କ୍ରମରେ ମୋରୋଡା ବିଧାନସଭା ଆସନ ପାଇଁ ସର୍ବାଧିକ ୧୩ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ସର୍ବନିମ୍ନ ୪ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

- Advertisement -

ଏହି ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ସୁଦାମ ମାରାଣ୍ଡି, ସରୋଜିନି ହେମ୍ବ୍ରମ୍‍, ଅନନ୍ତ ଦାସ, ଜୀବନ ପ୍ରଦୀପ ଦାସ, ନିରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅମର ପ୍ରସାଦ ଶତପଥୀ, ପ୍ରଣବ ବଳବନ୍ତ ରାୟ, ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼ାଇ, ଗଣେଶ୍ୱର ବେହେରା, ଶଶିଭୂଷଣ ବେହେରା, ଅତନୁ ସବ୍ୟସାଚୀ ନାୟକ, ପ୍ରକାଶ ଚନ୍ଦ୍ର ବେହେରା, ପ୍ରତାପ ଜେନା, ପ୍ରମୋଦ କୁମାର ମଲ୍ଲିକ, ଦାମୋଦର ରାଉତ, ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଭାତି ପରିଡ଼ାଙ୍କ ଭଳି ଚିହ୍ନା ମୁହଁ ରହିଛନ୍ତି। ଦିନ ୯ଟା ସୁଦ୍ଧା ୯ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories