www.samajalive.in
Saturday, December 13, 2025
14.1 C
Bhubaneswar

ଧାମରାରେ ଇଭିଏମ ଅଚଳ, ମତଦାନରେ ବିଳମ୍ବ

ଧାମରା : ଚାନ୍ଦବାଲି ବିଧାନସଭା ଅର୍ନ୍ତଗତ ଧାମରା ଠାରେ ଇଭିଏମ ଏବଂ ଭିଭିପାଟ ମେସିନ ଖରାପ ହେତୁ ସେଠାରେ ମତଦାନ ୧ଘଣ୍ଟା ୧୫ ମିନଟ ବିଳମ୍ବିତ ହୋଇଥିବା ଜଣାଯାଇଛି। ମତଦାନ ସକାଳ  ୭ଟାରେ ଆରମ୍ଭ ହେବାକୁ ଥିବା ବେଳେ ସେଠାରେ ଥିବା ୨ଟି ଇଭିଏମ ଏବଂ ଭିଭିପାଟ ମେସିନ ଖରାପ ହୋଇଯାଇଥିଲା। ପ୍ରବଳ ଖରା ସତ୍ତ୍ବେ ଧାମରା କେନ୍ଦ୍ରରେ ଭୋଟଦାତାଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। କିନ୍ତୁ ମେସିନ ଖରାପ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଭୋଟରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେଠାରେ ନିଯୁକ୍ତ ଧାମରା ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ପତି ଭୋଟରମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାଇ ରଖିବାକୁ ଅନୁରୋଧ କରିଥିଲେ। ବହୁ ପରିଶ୍ରମ ପରେ ଏହି ୨ଟି ମେସିନ ସଜଡା ହେବା ପରେ ସକାଳ ୮.୧୫ ମିନିଟରେ ଏହି ମତଦାନ କେନ୍ଦ୍ରରେ ଭୋଟ ଦାନ ଆରମ୍ଭ ହୋଇଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories