www.samajalive.in
Monday, December 15, 2025
27.1 C
Bhubaneswar

ଦିନ ବେଳା ମେକଅପ କରୁଥିଲେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସୁନ୍ଦର ଦେଖାଯିବାକୁ ସବୁ ମହିଳା ପସନ୍ଦ କରନ୍ତି । ସେଥିପାଇଁ ଅଧିକାଂଶ ମହିଳା ମେକଅପର କରିବାକୁ ପଛେଇ ନ ଥାଆନ୍ତି। ଦିନ ହେଉ କି ରାତି ହେଉ ନିଜର ଚେହେରାରେ ମେକଅପ କରିବାକୁ କେବେ ଭୁଲି ନ ଥାଆନ୍ତି। କିନ୍ତୁ ମେକଅପ କରିବା ବେଳେ ଅନେକ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। କାରଣ ଆପଣ ଅଜାଣତରେ କରୁଥିବା ଛୋଟ ଭୁଲ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଦେଇଥାଏ। ତେବେ ଆସନ୍ତୁ ଜାଣିବା ମେକଅପ କରିବା ବେଳେ କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା …

ଯଦି ଆପଣ ଦିନ ସମୟରେ ଅଧିକ ଅଠାଳିଆ କିମ୍ବା ଚମକୁ ଥିବା ମେକଅପ ନେଉଛନ୍ତି ତେବେ ଏପରି କରିବା ଠିକ୍ ନୁହେଁ। କାରଣ ଏହା ଆପଣଙ୍କ ମେକଅପକୁ ଅଧିକ ଖରାପ କରି ମୁହଁର ସୌନ୍ଦର୍ଯ୍ୟ ଉପରେ ଖରାପ ପକାଇଥାଏ।

- Advertisement -

ଦିନ ବେଳେ ମେକଅପ କରିବା ସମୟରେ କାଜଲର ବ୍ୟବହାର ନିଶ୍ଚୟ କରନ୍ତୁ।

ଦିନରେ ଗାଢ ରଙ୍ଗର ସ୍ୟାଡୋ ବ୍ୟବହାର କରନ୍ତୁ ନାହିଁ ଏବଂ ଯଦି ଲଗାଉଛନ୍ତି ତେବେ ହାଲକା ରଙ୍ଗର ବ୍ୟବହାର କରନ୍ତୁ।

ସେହିପରି ଲିପଷ୍ଟିକକୁ ଗ୍ଲସ ସହିତ ଲଗାଇବା ଉଚିତ।

ମେକଅପ କରିବା ପୂର୍ବରୁ ଆପଣଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ ସଫା ଅଛି କି ନାହିଁ ଧ୍ୟାନ ଦିଅନ୍ତୁ। ଟୋନର ବ୍ୟବହାର କରି ମେକଅପ କରିବା ଦ୍ୱାରା ଏହା ଖରାପ ହୋଇ ନ ଥାଏ।

ଭୁଲରେ ବି ଦିନ ସମୟରେ ନେଉଥିବା ମେକଅପରେ ଗ୍ଲିଟର ବ୍ୟବହାର କରନ୍ତୁ ନାହିଁ।

ଦିନରେ ଖରା ଏବଂ ଗରମ କାରଣରୁ ଆପଣଙ୍କ ମେକଅପ ଖରାପ ହୋଇପାରେ। ଏଥିପାଇଁ ୱାଟର ପ୍ରୁଫ ବ୍ୟୁଟି ପ୍ରଡକ୍ଟର ବ୍ୟବହାର କରିବା ଉଚିତ।

ମେକଅପ କରିବାର ୨୦ ମିନିଟ ପୂର୍ବରୁ ସର୍ବଦା ସନ ସ୍କ୍ରିନ ଲୋଶନର ବ୍ୟବହାର କରନ୍ତୁ।

 

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories