ଗ୍ରାମବାସୀଙ୍କ ଭୋଟ ବର୍ଜନ
ମୟୂରଭଞ୍ଜ / ଯାଜପୁର : ମୟୂରଭଞ୍ଜ ଜିଲା ବହଳଦା ବ୍ଲକ ଡ଼ୋକଡ଼ିହା ଓ ଯାଜପୁରର ସୁକିନ୍ଦାରେ ମତଦାତା ସୋମବାର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି।
ମୟୂରଭଞ୍ଜର ବହଳଦା ବ୍ଲକ ଡ଼ୋକଡ଼ିହା ଗ୍ରାମବାସୀଙ୍କୁ ମୌଳିକ ସୁବିଧା ତଥା ସେମାନଙ୍କ ସମସ୍ୟା ଦୂର ନହେବାରୁ ମତଦାତାମାନେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ସେହିପରି ଯାଜପୁର ଜିଲା ବାରଗାଡ଼ିଆ ଦଳିତ ସାହିରେ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେମାନଙ୍କ ସମସ୍ୟା ଦୂର ନହେବାରୁ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ବିସ୍ଥାପନ ଦାବୀରେ ପ୍ରାୟ ୧୦୦୦ରୁ ଅଧିକ ଲୋକେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
Comments are closed.