www.samajalive.in
Sunday, December 14, 2025
17.1 C
Bhubaneswar

ବଲାଙ୍ଗୀରରେ ଦିନକୁଦିନ ବଢୁଛି ତାପମାତ୍ରା, ଛୁଇଁଲା ୪୫ଡିଗ୍ରୀ

ବଲାଙ୍ଗୀର : ଜଳୁଛି ବଲାଙ୍ଗୀର। ପ୍ରଚଣ୍ଡ ରୌଦ୍ରତାପରେ ବଲାଙ୍ଗୀର ସହର ଓ ଟିଟିଲାଗଡ ଏବେ ଉତ୍ତପ୍ତ ପିଣ୍ଡରେ ପରିଣତ ହୋଇଛି। ଯାହାଫଳରେ ସହରବାସୀଙ୍କ ଜନଜୀବନ ଏବେ ଅସ୍ତବ୍ୟସ୍ତ ହୋଇପଡିଛି। ପଚଣ୍ଡ ଖରାତାତିକୁ ବିଦ୍ୟୁତ କାଟ୍ ଏବେ ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ ହୋଇଛି। ଗତ ସାତ ଦିନ ଭିତରେ ବଲାଙ୍ଗୀର ସହର ଓ ଟିଟିଲାଗଡ ତାପମାତ୍ରା ତାଳିକାର ଶୀର୍ଷରେ ରହିଥିବା ଦେଖିବାକୁ ମିଲିଛି। ଆଗକୁ ଆଉ ଦୁଇ ତିନି ଦିନ ନିସ୍ତାର ନଥିବା ପାଣିପାଗ ବିଭାଗ ସୂଚନା ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗକୁ ଆଉ ଦୁଇ ତିନି ଦିନ ଗ୍ରୀଷ୍ମ ପ୍ରବାହ ଲାଗିରହିବା ଗତ ସାତ ଦିନ ଧରି ରେକର୍ଡ ହୋଇଥିବା ତାପମାତ୍ରା ତାଳିକାରେ ବଲାଙ୍ଗୀର ଓ ଟିଟିଲାଗଡ଼ ଶୀର୍ଷରେ ରହିଥିବା ଦେଖିବାକୁ ମିଲିଥିଲା। ଦିନକୁ ଦିନ ତାତି ଏହି ଦୁଇ ସହରରେ ବଢିଚାଲିଥିବା ବେଳେ ସହର ଏବେ ତତଲା କଢାଇରେ ଭାଜି ହେଉଥିବା ସହରବାସୀ ପ୍ରକାଶ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବଲାଙ୍ଗୀରରେ ତାପମାତ୍ରା ରବିବାର ଓ ସୋମବାର କାଳବୈଶାଖୀ ପ୍ରଭାବରେ ତାପମାତ୍ରା କମ ରହିଥିଲା। ରବିବାର ବଲାଙ୍ଗୀର ସହରର ତାପମାତ୍ରା ୩୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ ତାପମାତ୍ରା ୩୮.୫ଡିଗ୍ରୀ ରେକର୍ଡ କରାଯାଥିଲା। ସୋମବାର ବଲାଙ୍ଗୀର ୩୮.୫ଡିଗ୍ରୀ ରହିଥିବା ବେଳେ ଟିଟିଟାଲଗଡରେ ୪୧ଡିଗ୍ରୀ ତାପମାତ୍ରା ରହିଥିଲା। ମଙ୍ଗଳବାର ପରେ ଉଭୟ ସହରର ତାପମାତ୍ରା ବୃଦ୍ଧି ପାଇଥିଲା। ମଙ୍ଗଳବାର ବଲାଙ୍ଗୀର ସହର ତାପାମତ୍ରା ୪୦ଡିଗ୍ରୀ ଅତିକମ କରିଥିଲା। ଟିଟିଲାଗଡରେ ମଙ୍ଗଳବାର ୪୨.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ବୁଧବାର ବଲାଙ୍ଗୀର ସହର ତାପମାତ୍ରା ସମାନ ରହିଥିବା ବେଳେ ଟିଟିଲାଗଡ ତାପାମାତ୍ରା ମଙ୍ଗଳବାର ଅପେକ୍ଷା ବେଶୀ ରହିଥିଲା। ସେହିପରି ଗୁରୁବାର ବଲାଙ୍ଗୀର ସହର ତାପମାତ୍ରା ୪୨.୫ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ ତାପମାତ୍ରା ୪୩ଡିଗ୍ରୀ ଉପରେ ରହିଥିଲା। ଶୁକ୍ରବାର ପ୍ରଥମ କରି ଟିଟିଲାଗଡ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା। ସେହିପରି ବଲାଙ୍ଗୀର ସହର ତାପମାତ୍ରା ୪୩ ଉପରେ ରହିଥିଲା। ଶନିବାର ମଧ୍ୟ ବଲାଙ୍ଗୀର ଓ ଟିଟିଲାଗଡରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା ବୃଦ୍ଧି ପାଇ ୪୫ଡିଗ୍ରୀ ହୋଇଥିବା ସୂଚନା ମିଳିଛି। ଏମିତିରେ ଏହି ଦୁଇ ସହରର ଲୋକେ ଏକ ପ୍ରକାର ତତଲା କଢାଇରେ ଭାଜି ହେଉଥିବା ବେଳେ ଗରମରୁ ନିସ୍ତାର ନାହିଁ। ଖରାତାତିକୁ ଏବେ ଦ୍ୱିଗୁଣିତ କରୁଛି ଘନ ଘନ ବିଦ୍ୟୁତ କାଟ। ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଖାମଖିଆଳି ମନୋଭାବ ଯୋଗୁ ବିଦ୍ୟୁତକାଟ ବଢିଚାଲିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ପ୍ରଶାସନିକ ବ୍ୟବସ୍ଥାକୁ ସଜାଗ କରାଯାଇଥିବା ସୂଚନା ମିଲିଛି। ଏନେଇ ରୀତିମତ ପ୍ରଶାସନିକ ଆଲୋଚନା ଜାରି ରହିଥିବା ବେଳେ ଗ୍ରୀଷ୍ମକୁ ମୁକାବିଲା ପାଇଁ ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟବିଭାଗ, ପାନୀଜ ଜଳ ଯୋଗାଣ ବିଭାଗକୁ ସଜାଗ ରହିବା ପାଇଁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ଜିଲା ଜରୁରୀକାଳିନ ଅଧିକାରୀ ଶଙ୍କର୍ଷଣ ପଧାନ ସୂଚନା ଦେଇଛନ୍ତି। ଦିନକୁ ଦିନ ଏହି ଦୁଇ ସହର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଉ ଦୁଇ ଦିନ ବଢିବ। ସାମୁଦ୍ରିକ ଝଡ ହେବାର ସମ୍ଭାବନା ରହିଥିବାରୁ ଏହା ପରେ ତାପମାତ୍ରା କିଛିଟା କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ଶ୍ରୀ ପଧାନ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories