www.samajalive.in
Sunday, December 14, 2025
14.1 C
Bhubaneswar

ସୁପ୍ରିମକୋର୍ଟ ଯୌନ ଉତ୍ପୀଡ଼ନ ମାମଲା: ‘ଘଟଣାକୁ ଷଡଯନ୍ତ୍ର ଦାବି’ର ତଦନ୍ତ ଆରମ୍ଭ କରିବାକୁ ମନାକଲେ ଜଷ୍ଟିସ ପଟ୍ଟନାୟକ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ମନ କରିଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ. କେ. ପଟ୍ଟନାୟକ। ଜଣେ ଓକିଲ ଉତ୍ସବ ବେସ ଜଷ୍ଟିସ ଗୋଗୋଇଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଏକ ଷଡଯନ୍ତ୍ର ବୋଲି ଦାବି କରୁଥିବା ବିଷୟର ତଦନ୍ତ ଦାୟିତ୍ୱ ଜଷ୍ଟିସ ଏ. କେ. ପଟ୍ଟନାୟକ କରିବେ। ଦୈନିକ ସମ୍ବାଦପତ୍ର ଦ ହିନ୍ଦୁ ଅନୁଯାୟୀ, ଯେ ପର୍ଯ୍ୟନ୍ତ ଏହି ମାମଲାରେ ମଧ୍ୟବର୍ତ୍ତିକାଳୀନ ଯାଞ୍ଚ ଶେଷ ହୋଇନାହିଁ, ସେ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରିବେ ନାହିଁ ବୋଲି ଜଷ୍ଟିସ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଷଡଯନ୍ତ୍ର ପ୍ରସଙ୍ଗ ତଦନ୍ତ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ। ଅନ୍ୟ ପକ୍ଷରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଷଡଯନ୍ତ୍ର ପ୍ରସଙ୍ଗ ତଦନ୍ତ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ତଦନ୍ତ ପ୍ରଭାବିତ ହେବ ନାହିଁ।

ଏହି ମାମଲାରେ ଏପ୍ରିଲ ୨୬ରେ ଯୌନ ଉତ୍ପୀଡ଼ନ ମାମଲା ଦାୟର କରିଥିବା ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ମଧ୍ୟବର୍ତ୍ତିକାଳୀନ ତଦନ୍ତ କମିଟି ଆଗରେ ହାଜର ହୋଇଥିବା ବେଳେ, ଜଷ୍ଟିସ ବୋବଦେ କମିଟି ଆଗରେ ହାଜର ହୋଇଛନ୍ତି। କମିଟିରେ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories