www.samajalive.in
Monday, December 15, 2025
14.1 C
Bhubaneswar

ଜଗତସିଂହପୁର ଲୋକସଭା ଆସନ : ନିର୍ଣ୍ଣାୟକ ହେବ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ଭୋଟ

ଜଗତସିଂହପୁର : ଜଗତସିଂହପୁର ଲୋକସଭା ନିର୍ବାଚନ ପାଇଁ ୨୯ତାରିଖରେ ମତଦାନ ହେବ। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ପ୍ରଚାରକୁ ଜେରଦାର କରିଛନ୍ତି ପ୍ରାର୍ଥୀମାନେ। ଗତଥର ଏହି ଆସନରୁ ବିଜେଡ଼ି ପ୍ରାର୍ଥୀ ଡା.କୁଳମଣି ସାମଲ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କୁ ସେ ପରାଜିତ କରିଥିଲେ। ଏଥର ନିର୍ବାଚନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ବଦଳିଛନ୍ତି। ନବୀନ ବାବୁଙ୍କ ଲୋକପ୍ରିୟତାକୁ ନେଇ ବିଜେଡ଼ି ପ୍ରାର୍ଥୀ ମୈଦାନରେ ଥିବାବେଳେ ନରେନ୍ଦ୍ର ମୋଦୀଙ୍କୁ ନେଇ ବିଜେପି ପ୍ରାର୍ଥୀ ମୈଦାନରେ ରହିଛନ୍ତି। ସେମିତି କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ସଙ୍ଗଠନକୁ ନେଇ ମୈଦାନକୁ ଓହ୍ଲାଇଛନ୍ତି।
ଜଗତସିଂହପୁର, ବାଲିକୁଦା-ଏରସମା, ତିର୍ତ୍ତୋଲ, ପାରାଦ୍ୱୀପ, ପୁରୀ ଜିଲ୍ଲାର ନିମାପଡା ଓ କାକଟପୁର ଏବଂ କଟକ ଜିଲ୍ଲାର ନିଆଳୀ ବିଧାନସଭା କ୍ଷେତ୍ରକୁ ନେଇ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ। ଗତ ୬ଟି ନିର୍ବାଚନରେ ଏଠାରୁ ୪ଥର ବିଜେଡ଼ି ପ୍ରାର୍ଥୀ ଜିତିଥିବା ବେଳେ ଦୁଇଥର କଂଗ୍ରେସ ପ୍ରାର୍ଥୀ ଜିତାପଟ ହାସଲ କରିଛନ୍ତି। ଏଥର ମୈଦାନରେ ବିଜେଡ଼ି ପକ୍ଷରୁ ତିର୍ତ୍ତୋଲ ବିଧାୟିକା ଡା.ରାଜଶ୍ରୀ ମଲ୍ଲିକ ଥିବାବେଳେ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ ପ୍ରତିମା ମଲ୍ଲିକ ଓ ବିଜେପି ପକ୍ଷରୁ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ବିଏସପିରୁ ବିଭୁତି ଭୁଷଣ ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ଫ୍ରି ଥଟ୍‍ ପାର୍ଟି ଅଫ୍‍ ଇଣ୍ଡିଆ ପକ୍ଷରୁ ଅନୀଲ କୁମାର ବେହେରା, ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ପକ୍ଷରୁ ପୀୟୁଷ ଦାସ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଦୀପକ କୁମାର ଦାସ, ଜୟପ୍ରକାଶ ଜନତା ଦଳରୁ ଜଗନ୍ନାଥ ମେଘ ଓ ସ୍ୱାଧୀନ ଭାବେ ଶଶ୍ମିତା ଦାସ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି।
ଏଥର ୭ଟି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ୫ଟିରେ ବିଜେଡ଼ି ପ୍ରାର୍ଥୀ ବଦଳାଇଛି। ଜଗତସିଂହପୁର, ବାଲିକୁଦା-ଏରସମା, ତିର୍ତ୍ତୋଲ, ପାରାଦ୍ୱୀପ, କାକଟପୁର ଆସନରେ ନୂଆ ପ୍ରାର୍ଥୀ ଥିବାବେଳେ ନିଆଳୀ ଓ ନିମାପଡାରେ ପୁରୁଣା ପ୍ରାର୍ଥୀ ଅଛନ୍ତି। ଜଗତସିଂହପୁର ଜିଲ୍ଲାର ପ୍ରାୟ ୪ଟି ଯାକ ଆସନରେ ବିଜେଡ଼ି ଓ ଅସନ୍ତୁଷ୍ଟ ବିଜେଡ଼ିଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କାକଟପୁରରେ ବି ଅସନ୍ତୁଷ୍ଟ ବିଜେଡ଼ି ପ୍ରଭାବ ଦେଖିବାକୁ ମିଳିଛି। ନିଆଳୀରେ ବି ପ୍ରମୋଦ ମଲ୍ଲିକଙ୍କ ବିରୋଧରେ ବି ବିଜେଡ଼ି କର୍ମୀ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି। ଏଠାରୁ ସ୍ୱାଧୀନ ଭାବେ ଲଢୁଥିବା ସସ୍ମିତା ମଲ୍ଲିକ ବିଜେଡ଼ିରୁ ଲୋକସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ତାଙ୍କୁ ଟିକଟ ନ ମିଳିବାରୁ ସେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏରସମାରେ ଶାଶୁ ଘର ଓ ଜଗତସିଂହପୁରରେ ତାଙ୍କ ବାପଘର ହୋଇଥିବାରୁ ସେ ମଧ୍ୟ କିଛି ବିଜେଡ଼ି ଭୋଟ ହାତେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ବିଜେପିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ୨୦୦୯ର ସାଂସଦ ବିଭୁ ପ୍ରସାଦ ତରାଇ। ଗତ ନିର୍ବାଚନରେ ସେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥର ବିଜେପିରୁ ସେ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେମିତି କଂଗ୍ରେସରୁ ଏଥର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ ପ୍ରତିମା ମଲ୍ଲିକ। ବାପାଙ୍କ ଲୋକ ପ୍ରିୟତା ଓ କଂଗ୍ରେସ ଦଳର ଦୃଢ ସଙ୍ଗଠନକୁ ନେଇ ସେ ନିର୍ବାଚନୀ ବାତାବରଣ ପାର୍‍ କରିବାକୁ ଯୋଜନା କରୁଛନ୍ତି। ଅସନ୍ତୁଷ୍ଟ ବିଜେଡ଼ି ମତଦାତାଙ୍କ ସହ ସଂଖ୍ୟାଲଘୁ ମତାଦାତାଙ୍କ ଭୂମିକା ଏଠାରେ ନିର୍ଣ୍ଣାୟକ ହେବ। କେବଳ ନାଉଗାଁ ବ୍ଲକକୁ ବାଦଦେଲେ ବାକି ସବୁଠି ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା ଆଖିଦୃଶିଆ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories