www.samajalive.in
Sunday, December 14, 2025
23.1 C
Bhubaneswar

ସନି ଦେଓଲ ଚଳଚ୍ଚିତ୍ରରେ ସୈନ୍ୟ, କିନ୍ତୁ ମୁଁ ପୂର୍ବତନ ସୈନିକ : କ୍ୟାପଟେନ ଅର୍ମ୍ରେନ୍ଦ୍ର ସିଂହ

ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅର୍ମ୍ରେନ୍ଦ୍ର ସିଂହ ଅଭିନେତା ତଥା ବିଜେପି ନେତା ସନି ଦେଓଲଙ୍କୁ କଡା ସମାଲୋଚନା କରିଛନ୍ତି। ଗୁରୁଦାସପୁର ଲୋକସଭା ପ୍ରାର୍ଥୀ ସୁନୀଲ ଜାଖଡଙ୍କ ନାମାଙ୍କନ ଦାଖଲ କରିବା ସମୟରେ ସେ ଏହି ସମାଲୋଚନା କରିଛନ୍ତି। ସନି ଦେଓଲ ଚଳଚ୍ଚିତ୍ରରେ ସୈନିକ ଭୂମିକାରେ ଅଭିନୟ କରିଛନ୍ତି, କିନ୍ତୁ ମୁଁ ଜଣେ ପୂର୍ବତନ ସୈନିକ ବୋଲି ଅର୍ମ୍ରେନ୍ଦ୍ର ସିଂହ କହିଛନ୍ତି। ଗୁରୁଦାସପୁର ଆସନରୁ ସନି ଦେଓଲ ପରାଜୟର ସମ୍ମୁଖୀନ କରିବେ। ସନିଙ୍କ ବୟସ ବଢିବା ସହ ତାଙ୍କୁ ଚଳଚ୍ଚିତ୍ରରେ କାମ ନମିଳିବାରୁ ସେ ରାଜନୀତିକୁ ଆସିଛନ୍ତି। ଏହି ନିର୍ବାଚନରେ ସନି ହାରିବା ପରେ ପୁଣି ଚଳଚ୍ଚିତ୍ରକୁ ଫେରିଯିବେ ବୋଲି ଅର୍ମ୍ରେନ୍ଦ୍ର କହିଛନ୍ତି।
ସେ ଆହୁରି କହିଛନ୍ତି ଗୁରୁଦାସପୁର ସହ ରାଜ୍ୟର ସମସ୍ତ ୧୩ଟି ଆସନରୁ କଂଗ୍ରେସ ବିଜୟ ଲାଭ କରିବ। ଏହାସହ ଅକାଳି ଦଳ ମୁଖ୍ୟ ସୁଖବୀର ବାଦଲ ତଥା ତାଙ୍କ ପତ୍ନୀ ହରସୀମରତ କୌର ବାଦଲଙ୍କୁ ମଧ୍ୟ ହରାଇବାକୁ ଚେଷ୍ଟା କରିବ।
ଯେଉଁ ଆସନରୁ କଂଗ୍ରେସ ପ୍ରାର୍ଥୀ ହାରିବେ ସେ ସମସ୍ତ ପାଇଁ ଉକ୍ତ ଅଞ୍ଚଳରବ ବିଧାୟକ ଓ ପ୍ରାର୍ଥୀ ଦାୟୀ ହେବେ। ଯଦି କୌଣସି ଆସନରେ କଂଗ୍ରେସ ପ୍ରାର୍ଥୀ ବହୁତ ଖରାପ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ଆଗାମୀ ନିର୍ବାଚନରେ ଟିକେଟ ମିଳିବ ନାହିଁ ବୋଲି କ୍ୟାପଟେନ ଅର୍ମ୍ରେନ୍ଦ୍ର ସିଂହ କହିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories