www.samajalive.in
Sunday, December 14, 2025
23.1 C
Bhubaneswar

ଉପଭୋକ୍ତାଙ୍କ ଉପରେ ବୋଝ ହେବ ନିର୍ବାଚନ ପରବର୍ତ୍ତୀ ତୈଳ ଦର

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ଶେଷ ହେବାକୁ ଆଉ ୪ଟି ପର୍ଯ୍ୟାୟ ବାକି ଥିବା ବେଳେ, ଯେ କୌଣସି ଦଳ ସରକାର ଗଠନ କଲେ ମଧ୍ୟ ଆନ୍ତର୍ଜାତିକ ବଜାରରେ ବୃଦ୍ଧି ପାଉଥିବା ତୈଳ ଦର ଭାରତୀୟ ଉପଭୋକ୍ତାଙ୍କ ପାଇଁ ବଡ଼ ବୋଝ ସଦୃଶ ହୋଇପାରେ। ତୈଳ ଆମଦାନୀ ଉପରେ ନିର୍ଭର କରୁଥିବା ଭାରତ ପାଇଁ ଏହାର ଦର ବୃଦ୍ଧି ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିବା ସହ ଉଚ୍ଚ ମୁଦ୍ରାସ୍ପିତି ଏବଂ ଅନ୍ୟାନ୍ୟ ଆର୍ଥିକ ଦୁର୍ବଳ ପରିସ୍ଥିତି ସୃଷ୍ଟି ହେବା ନେଇ ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ତେବେ ରାଜ୍ୟ ସ୍ଥରରେ ପରିଚାଳିତ ତେଲ କମ୍ପାନୀ ଏବଂ କ୍ଷୁଦ୍ର ବ୍ୟବସାୟୀ ୧୧ ଏପ୍ରିଲରୁ ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟରୁ ମେ ୨୩ ପର୍ଯ୍ୟନ୍ତ ତେଲ ଦରକୁ ସ୍ଥିର ରଖିପାରିଥିଲେ ମଧ୍ୟ ଆଗାମୀ ଦିନରେ ତୈଳ ଦର ଆକାଶ ଛୁଆଁ ହେବା ନିଶ୍ଚିତ ଥିବା ଅର୍ଥନୀତିଜ୍ଞମାନେ କହିଛନ୍ତି। ନିର୍ବାଚନ ଶେଷ ହେବା ପରେ ତେଲ ଦର ବୃଦ୍ଧି ପାଇବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦର ବୃଦ୍ଧି ନ ପାଇବା ଯୋଗୁ ଏବେ ହେଉଥିବା କ୍ଷତି ଭରଣା ପାଇଁ ମଧ୍ୟ ଅଧିକ ଟିକସ ଲାଗୁ ହେବା ସମ୍ଭାବନା ରହିଛି।

- Advertisement -

ବିରୋଧୀ କଂଗ୍ରେସ ପାର୍ଟିର ଅଭିଯୋଗ ଅନୁଯାୟୀ ମୋଦୀ ସରକାର ଦୈନଦିନ ଭିତ୍ତିରେ ଦର ପରିବର୍ତ୍ତନ ବ୍ୟବସ୍ଥାକୁ ଲାଗୁ ନ କରି, ରାଜ୍ୟ ସ୍ଥରୀୟ ତେଲ କମ୍ପାନୀଗୁଡିକୁ ଦର ସ୍ଥିର ରଖିବାକୁ କହିଛି। ସରକାର ଟିକସ କାଟ କରିବା ଉଚିତ ନ ହେଲେ ନିର୍ବାଚନ ପରେ ଉପଭୋକ୍ତାଙ୍କୁ ବହୁତ ଅଧିକ ଦର ଦେବାକୁ ପଡିବ ବୋଲି ବରିଷ୍ଠ କଂଗ୍ରେସ ନେତା ଅଖିଳେଶ ପ୍ରତାପ ସିଂହ କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories