www.samajalive.in
Tuesday, December 9, 2025
17.1 C
Bhubaneswar

ମୋର ଯାତ୍ରା ଏବେ ଆରମ୍ଭ ହୋଇଛି – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତ ପାଇଁ ଦୁଇଟି ପ୍ରମୁଖ ପ୍ରସଙ୍ଗ ହେଉଛି ସ୍ୱଚ୍ଛତା ଏବଂ ସୁସ୍ଥତା। ଏହି ଦୁଇଟି ପ୍ରସଙ୍ଗରେ ସଫଳତା ହାସଲ କରିପାରିଲେ ଆମେ ବିଭିନ୍ନ ରୋଗ ସହଜରେ ନିୟନ୍ତ୍ରଣ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହ ବୁଧବାର ଏକ ଅନୌପଚାରିକ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେ ସବୁବେଳେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି। ଦେଶରେ ୯କୋଟିରୁ ଉର୍ଦ୍ଧ୍ଵ ଶୌଚାଳୟ ନିର୍ମାଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସେ ସବୁର ଶ୍ରେୟ ଜନସାଧାରଣଙ୍କୁ ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ସେ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ତାଙ୍କୁ ମିଳିଥିବା ସୁଯୋଗ ଆଉ କେଉଁ ପ୍ରଧାନମନ୍ତ୍ରୀଙ୍କୁ ମିଳିନାହିଁ। ସେ କହିଛନ୍ତି, ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କର ଅନୁଭବ ଦେଶର ବିକାଶ ପାଇଁ ପ୍ରେରଣା ଦେଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିରୋଧୀ ଦଳର ଅନେକ ସଦସ୍ୟ ତାଙ୍କର ଉତ୍ତମ ବନ୍ଧୁ ଅଟନ୍ତି। କଥାବାର୍ତ୍ତା ଛଳରେ ସେ କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପାଇଁ ମିଠା ଏବଂ ବସ୍ତ୍ର ପଠାଇଥାନ୍ତି ଓ ସେ ଅନେକ ସମୟରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରନ୍ତି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ପଦବୀ ହାସଲ ଯାଏଁ ତାଙ୍କର ଯାତ୍ରାକୁ ମୋଦୀ ଅବିଶ୍ୱସନୀୟ ବୋଲି ବର୍ଣନା କରି କହିଛନ୍ତି ଯେ, ସେ ଏବେ ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି ଓ ଦେଶ ତାହା ଗ୍ରହଣ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories