www.samajalive.in
Monday, December 8, 2025
27.1 C
Bhubaneswar

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର

ଡେସ୍କ: ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଶେଷ ହେବ ପରେ ଚଳିତ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ ଆସନ୍ତା ସୋମବାର ମତଦାନ ଅନୁଷ୍ଠିତ ହେବ। ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବିଭିନ୍ନ ସ୍ଥାନରେ ସଭାସମିତି ଓ ର‍୍ୟାଲି ଜରିଆରେ ପ୍ରଚାର କାର୍ଯ୍ୟ କରୁଛନ୍ତି। ବରିଷ୍ଠ ବି.ଜେ.ପି. ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଝାଡ଼ଖଣ୍ଡର ଲୋହାରଡାଗା ଅଞ୍ଚଳରେ ଏକ ର‍୍ୟାଲିକୁ ସମ୍ବୋଦନ କରିବା ସହ ପଶ୍ଚିମବଙ୍ଗର ନଦିଆରେ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେଇଛନ୍ତି। ବି.ଜେ.ପି. ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ବିହାରର ସମସ୍ତିପୁର, ବେଗୁସରାଇ ଏବଂ ମୁଙ୍ଗେର୍‍ରେ ନିର୍ବାଚନ ପ୍ରଚାର କରୁଛନ୍ତି। କଂଗ୍ରେସ୍‍ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି କାନ୍‍ପୁର, ଓନ୍ନାଓ ଏବଂ ଲକ୍ଷ୍ମୀପୁର ଫେରିରେ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ହମିର୍‍ପୁର ଏବଂ ଫତେପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି।

ଚତୁର୍ଥ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ୧୭ଟି ଲୋକସଭା ଆସନ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର ୧୩ଟି ଲେଖାଏଁ, ପଶ୍ଚିମବଙ୍ଗରେ ୮ଟି, ଓଡ଼ିଶା ଏବଂ ମଧ୍ୟପ୍ରଦେଶରେ ୬ଟି ଲେଖାଏର୍, ବିହାରରେ ୫ଟି ଏବଂ ଝାଡ଼ଖଣ୍ଡରେ ୩ଟି ଲୋକସଭା ଆସନ ପାଇଁ ଭୋଟ୍‍ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଓଡ଼ିଶାର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୪୨ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories