www.samajalive.in
Monday, December 15, 2025
15.1 C
Bhubaneswar

ସ୍କୁଲ ଓ ମାଲିକଙ୍କ ଘରୁ ଚୋରି

ବଡ଼ସାହି : ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ପଞ୍ଚାୟତ, ମାଳିହାତୀ ଗ୍ରାମରେ ଥିବା ଶାନ୍ତିପ୍ରଭା ଇଂରାଜୀ ମାଧ୍ୟମ ସ୍କୁଲ ଓ ତା’ର ମାଲିକ ଇଂ କିଶୋର ଚନ୍ଦ୍ର ଗିରିଙ୍କ ଘରୁ ଗୁରୁବାର ରାତିରେ ଚୋର ମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିôବା ଅଭିଯୋଗ ହୋଇଛି। ରାତିରେ କିଶୋରଙ୍କ ଘରେ କେହି ନଥିବା ସମୟରେ ଚୋରି ହୋଇଥିଲା। ସ୍କୁଲ ଛୁଟି ଥିବା ବେଳେ କ୍ୟାମ୍ପସରେ ସ୍କୁଲର କର୍ମଚାରୀ ସୁଧାକର ପ୍ରଧାନ ପରିବାର ସହିତ ରହୁଥିଲେ। ଶୁକ୍ରବାର ସକାଳେ ସ୍କୁଲର ମୁଖ୍ୟ ଦ୍ୱାର ଖୋଲାଥିବା ଦେଖି ଚୋରି ହୋଇଥିବା ଜାଣି ମାଲିକଙ୍କୁ ଜଣାଇଥିଲେ। ମାଲିକ କିଶୋର ଓ ପରିବାରବର୍ଗ ପହଞ୍ଚି ଦେଖିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ସ୍କୁଲର ୨ଟି କମ୍ପୁଟର ସେଟ୍‍, ପିଲାଙ୍କ ପାଇଁ ଆସିଥିବା ନୂଆ ବହି ଓ ପୋଷାକ, ଇନଭେଟର ଓ କିଶୋରଙ୍କ ମା’ଙ୍କ ରୁମରୁ ଆଲମାରୀ, ବାକ୍ସ ଭାଙ୍ଗି ମୂଲ୍ୟବାନ ସୁନା ରୂପା ଅଳଙ୍କାର ଚୋରି କରି ନେଇଛନ୍ତି। ସ୍କୁଲ ଓ ମାଲିକଙ୍କ ଘର ସମ୍ପର୍କରେ ଜଣାଶୁଣା ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ପୁଲିସ୍‍ ତଦନ୍ତ ଚଳାଇଥିବା ବେଳେ ଚୋରି ସାମଗ୍ରୀ ତଥା ଚୋରଙ୍କ ସମ୍ପର୍କରେ କୌଣସି ସୁରାକ ମିଳିନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories