www.samajalive.in
Sunday, December 14, 2025
26.1 C
Bhubaneswar

ଏସଟି ମାନ୍ୟତା ନ ମିଳିଲେ ଭୋଟ ବର୍ଜନ କରିବେ ୟୁପି କୋଲଭୀଲ ଆଦିବାସୀ

ମାଣିକପୁର (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶ ଚିତ୍ରକୂଟ ଜିଲ୍ଲା ମାଣିକପୁରରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ କୋଲଭୀଲ ଚଳିତ ନିର୍ବାଚନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ସମ୍ପୃକ୍ତ ସମ୍ପ୍ରଦାୟ ଲୋକସଭା ନିର୍ବାଚନ ବର୍ଜନ କରିବା ନିଷ୍ପତ୍ତି ସେମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇନଥିବା ପରିପ୍ରେକ୍ଷୀରେ ନେଇଥିବା କୁହାଯାଇଛି। କୋଲଭୀଲ ଆଦିବାସୀଙ୍କ ଅନ୍ୟାନ୍ୟ ଦାବିଗୁଡିକ ମଧ୍ୟରେ ଜଳ ଓ ପରିବହନ ସମସ୍ୟା ପ୍ରମୁଖ ଥିବା ସେମାନେ କହିଛନ୍ତି। ସେହିପରି କୋଲଭୀଲ ଏକତା ମଞ୍ଚ ବ୍ୟାନରରେ ସଂଗଠିତ ହୋଇଥିବା କୋଟା କାଣ୍ଡାଳିଆ, ପହ୍ନଇ ଏବଂ ଉଞ୍ଚ ଡିହ ସମ୍ପ୍ରଦାୟର ମହିଳା ଭୋଟରମାନେ ସରକାରୀ ଯୋଜନାରେ ବାଦ ପଡିଥିବା ପ୍ରତିବାଦରେ ମଧ୍ୟ ଭୋଟ ବର୍ଜନ କରିବାକୁ ଆଗଭର ହେଉଥିବା ଜଣାପଡିଛି।

ସେହି ସବୁ ସମ୍ପ୍ରଦାୟର ଦୀର୍ଘ ଦିନର ଦାବି ପ୍ରତି କୌଣସି ବିଧାୟକ କି ସାଂସଦ ଧ୍ୟାନ ଦେଇନଥିବା ଅଭିଯୋଗ କରି ସିଗୱା ଗାଁର ଆନନ୍ଦ କୁମାର ସିଂହ କହିଛନ୍ତି ଯେ ସେମାନଙ୍କର ପ୍ରମୁଖ ସମସ୍ୟା ହେଉଛି ପରିବହନ। ଚାରି ପିଢ଼ି ପୂର୍ବର ରାସ୍ତା ଏବେ ନାହିଁ କି କେହି ରାସ୍ତା ସଂଯୋଗୀକରଣ ପାଇଁ ଧ୍ୟାନ ମଧ୍ୟ ଦେଉନଥିବା ଅଭିଯୋଗ ହୋଇଛି। ପୂର୍ବର ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ସେମାନଙ୍କ ଦାବି ପତ୍ର ଗ୍ରହଣ କରିଥିଲେ ମଧ୍ୟ ତାହା ଆଗକୁ ବଢି ପାରିନାହିଁ।

- Advertisement -

ଦାବି ଅପରିବର୍ତ୍ତିତ ରହିଛି କିନ୍ତୁ ୩୬ଲକ୍ଷ କୋଲଭୀଲ ଆଦିବାସୀଙ୍କ ମଧ୍ୟରୁ ଏବେ ଭୋଟର ସଂଖ୍ୟା ବୃଦ୍ଧି ପାଇ ୭୦ହଜାରରେ ପହଞ୍ଚିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories