www.samajalive.in
Saturday, December 13, 2025
23.1 C
Bhubaneswar

ଫ୍ଲାଇଂ ସ୍କ୍ୱାଡ଼ ଦ୍ୱାରା ୨ଲକ୍ଷ ୪୦ହଜାର ଜବତ

ବଲାଙ୍ଗିର/ବଙ୍ଗୋମୁଣ୍ଡା : ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପ୍ରର୍ଯ୍ୟାୟ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରୀ ରହିଛି। ବୁଧବାର ବଙ୍ଗୋମୁଣ୍ଡା ସିନେ୍ଧକେଲା ରାସ୍ତାରେ ଫ୍ଲାଇଂ ସ୍କ୍ୱାର୍ଡ଼ ଯାଞ୍ଚ କରୁଥିବା ବେଳେ ବଙ୍ଗୋମୁଣ୍ଡା ଚାରିଛକ ଠାରେ ମୁନିଗୁଡ଼ାର ସୁରେନ୍ଦ୍ର ଅଗ୍ରୱାଲ(୪୯) କଣ୍ଟାବାଞ୍ଜିରୁ ମୁନିଗୁଡ଼ା ଯାଉଥିବା ବେଳେ ବୋଲେରୋ ନଂ ଓଡ଼ି୦୮ଏଫ୦୦୨୬କୁ ଅଟକାଇଥିଲେ। ତାଙ୍କ ଗାଡ଼ିରୁ ନଗଦ ୨ଲକ୍ଷ ଟଙ୍କା ଜବତ କରିଥିଲେ। ଯାଞ୍ଚ ବେଳେ ଶ୍ରୀ ଅଗ୍ରୱାଲ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଟଙ୍କା ଜବତ କରାଯାଇଥିଲା। ଏହି ସ୍କ୍ୱାର୍ଡ଼ରେ ଏବିଡ଼ିଓ ମୁରିବାହାଲ ନରେଶଚନ୍ଦ୍ର ବେହେରା ଓ ସୁରେଶ କୁମାର ପାତ୍ର ରହିଥିଲେ। ତେବେ ଶ୍ରୀ ଅଗ୍ରୱାଲ କଣ୍ଟାବାଞ୍ଜିର ତାଙ୍କ ପିଉସା ଘରୁ ୨ଲକ୍ଷ ଟଙ୍କା ନେଇ ମୁନିଗୁଡ଼ା ଯାଉଥିଳେ ବୋଲି ପ୍ରକାଶ କରିଛନ୍ତି।
ସେହିପରି ବଙ୍ଗୋମୁଣ୍ଡା କୁଦୋଭଟା ରାସ୍ତାର ତାରିଣୀ ମନ୍ଦିର ଠାରେ ଫ୍ଲାଇଂ ସ୍କ୍‍ôାର୍ଡ଼ ଯାଞ୍ଚ ବେଳେ ବରକାନି ଗ୍ରାମର ଯୁଗିରାମ ପଟେଲ ତାଙ୍କ ବାଇକରେ ୪୦ହଜାର ଟଙ୍କା ନେଇ ଯାଉଥିଲେ। ସେଠାରେ ତାଙ୍କ ଡ଼ିକିରୁ ସ୍କ୍ୱାର୍ଡ଼ ୪୦ହଜାର ଟଙ୍କା ଜବତ କରିଥିଲେ। ସେ ମଧ୍ୟ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଟଙ୍କା ଜବତ କରାଯାଇଥିବା ଜରାପଡ଼ିଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories