www.samajalive.in
Wednesday, December 10, 2025
14.1 C
Bhubaneswar

ଟାଇମ୍ସ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୩ ଭାରତୀୟ

ନୂଆଦିଲ୍ଲୀ : ଟାଇମ୍ସ ମାଗାଜିନ ୨୦୧୯ ବର୍ଷ ପାଇଁ ବୁଧବାର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ଏହି ସୂଚୀରେ ବହୁ ପ୍ରଭାବଶାଳୀ ନେତା, କଳାକାର, ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମ ରହିଛି। ଟାଇମ୍ସ ମାଗାଜିନ ଦ୍ୱାରା ଜାରି କରାଯାଇଥିବା ଏହି ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୩ଜଣ ଭାରତୀୟ ରହିଛନ୍ତି। ରିଲାନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଆମ୍ବାନୀ, ଏଲଜିବିଟି ସମୁଦାୟ ନ୍ୟାୟ ପାଇଁ ଲଢୁଥିବା ବିଚାରପତି ଅରୁନ୍ଧତି କାଟଜୁ ଓ ମେନକା ଗୁରୁସ୍ୱାମୀଙ୍କ ନାମ ରହିଛି।
ସେହିପରି ଏହି ସୂଚୀରେ ଭାରତୀୟ-ଆମେରିକୀୟ ହାସ୍ୟକଳାକାର ଓ ଟିଭି ଉପସ୍ଥାପକ ହସନ ମିନହାଜ, ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ, ପପ୍‍ ଫ୍ରାନ୍ସିସ୍‍, ଚୀନର ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ, ଗଲ୍‍ ଖେଳାଳି ଟାଇଗର ବ୍ରୁଟସ୍‍, ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ ପ୍ରମୁଖ ସ୍ଥାନ ପାଇଛନ୍ତି।
ଟାଇମ୍ସ ମାଗାଜିନର ଏହି ତାଲିକାରେ ମୁକେଶ ଆମ୍ବାନୀଙ୍କ ନାମ ରହିଥିବାରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହାକୁ ନେଇ ମହେନ୍ଦ୍ରା କମ୍ପାନୀ ଅଧ୍ୟକ୍ଷ ଆନନ୍ଦ ମହେନ୍ଦ୍ରା ମୁକେଶ ଆମ୍ବାନୀଙ୍କ ପ୍ରଶଂସା କରିଛନ୍ତି। ସେହିପରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏଲଜିବିଟି ସମୁଦାୟ ନ୍ୟାୟ ପାଇଁ ଲଢିଆସୁଥିବା ବିଚାରପତି କାଟଜୁ ଓ ଗୁରୁସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories