ବଲାଙ୍ଗିର/ବଙ୍ଗୋମୁଣ୍ଡା : ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପ୍ରର୍ଯ୍ୟାୟ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରୀ ରହିଛି। ବୁଧବାର ବଙ୍ଗୋମୁଣ୍ଡା ସିନେ୍ଧକେଲା ରାସ୍ତାରେ ଫ୍ଲାଇଂ ସ୍କ୍ୱାର୍ଡ଼ ଯାଞ୍ଚ କରୁଥିବା ବେଳେ ବଙ୍ଗୋମୁଣ୍ଡା ଚାରିଛକ ଠାରେ ମୁନିଗୁଡ଼ାର ସୁରେନ୍ଦ୍ର ଅଗ୍ରୱାଲ(୪୯) କଣ୍ଟାବାଞ୍ଜିରୁ ମୁନିଗୁଡ଼ା ଯାଉଥିବା ବେଳେ ବୋଲେରୋ ନଂ ଓଡ଼ି୦୮ଏଫ୦୦୨୬କୁ ଅଟକାଇଥିଲେ। ତାଙ୍କ ଗାଡ଼ିରୁ ନଗଦ ୨ଲକ୍ଷ ଟଙ୍କା ଜବତ କରିଥିଲେ। ଯାଞ୍ଚ ବେଳେ ଶ୍ରୀ ଅଗ୍ରୱାଲ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଟଙ୍କା ଜବତ କରାଯାଇଥିଲା। ଏହି ସ୍କ୍ୱାର୍ଡ଼ରେ ଏବିଡ଼ିଓ ମୁରିବାହାଲ ନରେଶଚନ୍ଦ୍ର ବେହେରା ଓ ସୁରେଶ କୁମାର ପାତ୍ର ରହିଥିଲେ। ତେବେ ଶ୍ରୀ ଅଗ୍ରୱାଲ କଣ୍ଟାବାଞ୍ଜିର ତାଙ୍କ ପିଉସା ଘରୁ ୨ଲକ୍ଷ ଟଙ୍କା ନେଇ ମୁନିଗୁଡ଼ା ଯାଉଥିଳେ ବୋଲି ପ୍ରକାଶ କରିଛନ୍ତି।
ସେହିପରି ବଙ୍ଗୋମୁଣ୍ଡା କୁଦୋଭଟା ରାସ୍ତାର ତାରିଣୀ ମନ୍ଦିର ଠାରେ ଫ୍ଲାଇଂ ସ୍କ୍ôାର୍ଡ଼ ଯାଞ୍ଚ ବେଳେ ବରକାନି ଗ୍ରାମର ଯୁଗିରାମ ପଟେଲ ତାଙ୍କ ବାଇକରେ ୪୦ହଜାର ଟଙ୍କା ନେଇ ଯାଉଥିଲେ। ସେଠାରେ ତାଙ୍କ ଡ଼ିକିରୁ ସ୍କ୍ୱାର୍ଡ଼ ୪୦ହଜାର ଟଙ୍କା ଜବତ କରିଥିଲେ। ସେ ମଧ୍ୟ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଟଙ୍କା ଜବତ କରାଯାଇଥିବା ଜରାପଡ଼ିଛି।
ଫ୍ଲାଇଂ ସ୍କ୍ୱାଡ଼ ଦ୍ୱାରା ୨ଲକ୍ଷ ୪୦ହଜାର ଜବତ
Popular Categories



