www.samajalive.in
Sunday, December 7, 2025
23.1 C
Bhubaneswar

ଆଇରନର ଅଭାବ ଦୂର କରେ ଏହି ଖାଦ୍ୟ

ସର୍ବଦା ନିଜର ନିତିଦିନିଆ କାର୍ଯ୍ୟରେ ବ୍ୟସ୍ତ ରହିବା ଫଳରେ ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରନ୍ତି ନାହିଁ। ଗୃହ ଓ କାର୍ଯ୍ୟାଳୟ କାମରେ ବ୍ୟସ୍ତ ରହିବା ହେତୁ ଚିନ୍ତା, ଦୁଃଖ, ସ୍ୱାସ୍ଥ୍ୟ ଜନିତ ସସସ୍ୟା, ହାଲିଆ ଅନୁଭବ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ବହୁ ଲୋକେ ଏଥିପ୍ରତି ବିଶେଷ ଧ୍ୟାନ ଦେଇନଥାଆନ୍ତି। ମାତ୍ର ଏହି ଲକ୍ଷଣରୁ ଜଣାପଡ଼ିଥାଏ ଯେ, ଆପଣଙ୍କ ଶରୀରରେ ଆଇରନର ମାତ୍ରା କମ। ମହିଳାମାନଙ୍କର ଆଇରନ ଅଭାବରୁ ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ। ଜାଣନ୍ତୁ ଏହି ଆଇରନ ଅଭାବକୁ ଦୂର କରିବା ପାଇଁ କେଉଁ ଖାଦ୍ୟ ଖାଇବା ଆବଶ୍ୟକ….
ବିଭିନ୍ନ ପ୍ରକାରର ଶାଗ ଓ ପନିପରିବା –
ଆପଣ ନିୟମିତ ଶାଗ ଓ ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଆଇରନ ମିଳିଥାଏ। ସାଲାଡ଼ରେ ମଧ୍ୟ ଏହାକୁ ବ୍ୟବହାର କରି ଖାଇପାରିବେ। ମେଥି ଶାଗ, ପାଳଙ୍ଗ ଶାଗ, ଆଦିରେ ବହୁ ପରିମାଣରେ ଆଇରନ ରହିଛି। ଆଳୁ ଓ ଟମାଟୋ ମଧ୍ୟ ଖାଇବା ଉଚିତ।
ବିଭିନ୍ନ ପ୍ରକାରର ଫଳ –
ଫଳ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣରେ ଶକ୍ତି ଓ ପୋଷକ ତତ୍ତ୍ୱ ମିଳିବା ସହ ନିୟମିତ ଫଳ ଖାଇଲେ ଚିନ୍ତା ଦୂର ହୋଇଥାଏ। ଡ଼ାଳିମ୍ବ ଖାଇବା ଦ୍ୱାରା ଏହା ଶରୀରରେ ରକ୍ତର ମାତ୍ରା ବୃଦ୍ଧି ହୋଇଥାଏ। ତେଣୁ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ହାଲିଆ ଅନୁଭବ ହୋଇନଥାଏ।
ବାଦାମ –
ଅଖରୋଟ, ବାଦାମ, କାଜୁ ଏହାକୁ ଆପଣ ବିଭିନ୍ନ ଖାଦ୍ୟରେ, ସାଲାଡ଼ରେ ବ୍ୟବହାର କରି ଖାଇ ପାରିବେ। ଏଥିରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ। ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
ଆମିଷ ଖାଦ୍ୟ –
ସପ୍ତାହକୁ ୨ ରୁ ୩ ଥର ଆମିଷ ଖାଆନ୍ତୁ। ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ ଶରୀରକୁ ବହୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories