www.samajalive.in
Monday, December 15, 2025
15.1 C
Bhubaneswar

କଂଗ୍ରେସ ନିର୍ବାଚନ ପ୍ରଚାରକୁ ପ୍ରତିହତ କରିବାକୁ ୩ମାସ ପୂର୍ବରୁ ଜେଟ-ହେଲିକପ୍ଟର ଭଡାରେ ଆଣିଛି ବିଜେପି – ରିପୋର୍ଟ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାତାଙ୍କ ପାଖରେ ପହଂଚିବା ଉଦ୍ଦେଶ୍ୟରେ ରାଜନୈତିକ ଦଳଗୁଡିକ ବହୁ ପୂର୍ବରୁ ଜେଟ ବିମାନ ଏବଂ ହେଲିକପ୍ଟର ସବୁ ଭଡାରେ ଆଣିଥିବା ବେଳେ ବିଜେପି ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି। କେନ୍ଦ୍ର ସରକାର ଦାୟିତ୍ୱରେ ଥିବା ବିଜେପି ନିର୍ବାଚନ ପ୍ରଚାର ପାଇଁ ୫୦ଟି ଜେଟ ଏବଂ ହେଲିକପ୍ଟର ବୁକ କରିଛି। ସମ୍ବାଦ ଭିତ୍ତିକ ସଂସ୍ଥା ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, କଂଗ୍ରେସର ନିର୍ବାଚନ ପ୍ରଚାରକୁ ପ୍ରତିହତ କରିବାକୁ ବିଜେପି ୩ମାସ ପୂର୍ବରୁ ଜେଟ-ହେଲିକପ୍ଟର ବୁକ କରି ସାରିଛି। କେବଳ ୧୦ଟି ହେଲିକପ୍ଟର କଂଗ୍ରେସ ବୁକ କରିଥିବା ଜଣାପଡିଛି।

ଘଣ୍ଟା ପ୍ରତି ଦେଢ଼ ଲକ୍ଷରୁ ୨ଲକ୍ଷ ଭଡା ପଡୁଥିବା ହେଲିକପ୍ଟର ସାଧାରଣତଃ ୪୫ ଦିନ ପାଇଁ ବୁକ କରାଯାଏ। ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ ନୀତିରେ ଚାଲିଥିବା ହେଲିକପର ସଙ୍ଘ ନିର୍ବାଚନ ସମୟରେ ସେମାନଙ୍କ କ୍ଷତି ଭରଣା କରିଥାନ୍ତି ବୋଲି ଜଣାପଡିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ଅମିତ ଶହ ଗୋଟିଏ ଦିନରେ ସର୍ବାଧିକ ୭୨୪୨ କିଲୋମିଟର ହେଲିକପ୍ଟର ଗସ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories