www.samajalive.in
Sunday, December 14, 2025
19.1 C
Bhubaneswar

କୀଟନାଶକ ଖାଇ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଞ୍ଚଳରେ ଜନୈକା ନାବାଳିକା(୧୬) କୀଟନାଶକ ଓୌଷଧ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ କର୍ଲାପାଟ(ଗୁଣପୁର) ଫାଣ୍ଡି ଅଧିନସ୍ଥ ଜନୈକା ବାଳିକାଙ୍କର କୌଣସି କାରଣରୁ ତାଙ୍କ ମାଁଙ୍କ ସହ ବଚସା ହେଇଥିଲା। ଏଥିରେ ଉତ୍‍କ୍ଷିପ୍ତ ହୋଇ ସୋମବାର ରାତିରେ ନାବାଳିକା ଜଣଙ୍କ କୀଟନାଶକ ଖାଇ ଦେଇଥିଲା। ମାତ୍ର ଏସମ୍ବନ୍ଧରେ ବଳିକାଙ୍କ ମାଁ ଜାଣି ପାରିନଥିଲେ। ସକାଳେ ଏନେଇ ଜାଣିବା ପରେ ମାଁ ତୁରନ୍ତ ଏକ ଗାଡ଼ି ଯୋଗାଡ ପାଇଁ ପ୍ରୟାସ କରିଥିଲେ ମଧ୍ୟ କୌଣସି ଗାଡ଼ିର ବ୍ୟବସ୍ଥା ହୋଇ ପାରିନଥିଲା। ଶେଷରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନିପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବାଳିକାର ମୃତ୍ୟୁ ଘଟିଥିଲା। ଏନେଇ ସୂଚନା ପାଇବା ପରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରି ଫାଣ୍ଡି ଅଧିକାରୀ କାହ୍ନୁଚରଣ ପଣ୍ଡା ମୁଖ୍ୟ ଚିକିତ୍ସାଳୟ ଯାଇ ମୃତଦେହ ଜବତ କରିଥିଲେ। ପରବର୍ତ୍ତି ସମୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରିତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories