www.samajalive.in
Monday, December 15, 2025
16.1 C
Bhubaneswar

ବରମୁଣ୍ଡା ଜନସମାବେଶରେ ପୁଣି ଡବଲ ଇଞ୍ଜିନ କଥା ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ସମ୍ବଲପୁରର ଜନସମାବେଶ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାଜଧାନୀ ଭୁବେନଶ୍ୱରରେ ପହଞ୍ଚିବାପରେ ବିମାନ ବନ୍ଦରଠାରୁ ବରମୁଣ୍ଡା ସମାବେଶ ପଡ଼ିଆ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ। ଏହାପରେ ସେ ବରମୁଣ୍ଡା ପଡିଆରେ ଆୟୋଜିତ ଜନସମାବେଶରେ ଅଂଶ ଗ୍ରହଣ କରିଥିଲେ।  ଏହି ସଭାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ।

ବରମୁଣ୍ଡା ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଡବଲ ଇଞ୍ଜିନ କଥା ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି। ଡବଲ ଇଞ୍ଜିନ ହେଲେ ବିକାଶର ଗତି ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି। ପିସି ପାଇଁ ରାଜ୍ୟ ସରକାର ବିକାଶକୁ ରୋକି ଦେଇଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ରର ଅନେକ ଜନ ହିତକର ଯୋଜନାର ସୁଫଳ ରାଜ୍ୟ ଗ୍ରହଣ କରୁ ନଥିବା ସେ ପ୍ରକାଶ କରିଛନ୍ତି। ଶାସକ ଦଳ ପକ୍ଷରୁ ବିଜେପି  କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଥିବା ସେ ପ୍ରକାଶ କରିଛନ୍ତି। ଖୋର୍ଦ୍ଧାରେ ବିଜେପି କର୍ମୀ ମଙ୍ଗୁଳି ଜେନାଙ୍କୁ ଏହି ଗୁଣ୍ଡାମାନେ ହତ୍ୟା କରିଥିବା ମୋଦୀ ଅଭିଯୋଗ କରିଛନ୍ତି

- Advertisement -

ରୋଡ ସୋ ସମୟରେ ସେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିଥିବା କଥା ପ୍ରକାଶ କରିଛନ୍ତି। ରାଜ୍ୟର ଲୋକମାନେ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଚାହାନ୍ତି ବୋଲି ମୋଦୀ ଅଭିଭାଷଣରେ ପ୍ରକାଶ କରିଛନ୍ତି।

କ୍ଷମତା ପାଇଁ କିଛି ବିରୋଧିଦଳ ଅସାଧୁ ମେଣ୍ଟ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି। ଏହା ସହ କଂଗ୍ରେସ ଉପରେ  ମୋଦୀ ବର୍ଷୀଛନ୍ତି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ରିମୋଟ କଣ୍ଟ୍ରୋଲ ସରକାର ଚାଲିଥିଲା। କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories