www.samajalive.in
Wednesday, December 10, 2025
16.1 C
Bhubaneswar

ନର୍ବାଚନୀ ପ୍ରଚାର ପାଇଁ ୩ ମାସ ପୂର୍ବରୁ ବିଜେପି ବୁକ୍‍ କରିଛି ୨୦ ଘରୋଇ ବିମାନ ଓ ୩୦ ହେଲିକପ୍ଟର

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ୩ ମାସ ପୂର୍ବରୁ ୨୦ଟି ଘରୋଇ ବିମାନ ଏବଂ ୩୦ଟି ହେଲିକପ୍ଟର ବୁକ୍‍ କରିଛି। କଂଗ୍ରେସର ନିର୍ବାଚନୀ ପ୍ରଚାରକୁ ପ୍ରଭାବିତ କରିବା ପାଇଁ ବିଜେପି ଏପରି କରିଛି ବୋଲି ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ ଭାରତରେ ନିର୍ବାଚନୀ ପ୍ରଚାର ସମୟରେ ଚାହିଦାକୁ ମେଣ୍ଟାଇବା ଭଳି ଘରୋଇ ବିମାନ ଏବଂ ହେଲିକପ୍ଟର ନାହିଁ। ବିଜେପି ନିର୍ବାଚନୀ ପ୍ରଚାର ଆରମ୍ଭର ବହୁ ପୂର୍ବରୁ ୨୦ଟି ଘରୋଇ ବିମାନ ଏବଂ ୩୦ ହେଲିକପ୍ଟର ବୁକ୍‍ କରିଥିଲା ବେଳେ କଂଗ୍ରେସ ମାତ୍ର ୧୦ଟି ବୁକ୍‍ କରିପାରିଛି। ବିଜନେସ ଏୟାରକ୍ରାଫ୍ଟ ଅପରେଟର ଆସୋସିଏସନ ପରାମର୍ଶତାଦା ତଥା ମାର୍ଟିନ କନସଲ୍ଟାନ୍ସିର ପ୍ରତିଷ୍ଠାତା ମାର୍କ ମାର୍ଟିନ କହିଛନ୍ତି ଯେ ସାଧାରଣ ନିର୍ବାଚନ ବେଳେ ବିରୋଧୀଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ସବୁପ୍ରକାର ପ୍ରୟାସ କରିଥାନ୍ତି। ଏହି କ୍ରମରେ ବିରୋଧୀଙ୍କ ନିର୍ବାଚନୀ ପ୍ରଚାରକୁ ପ୍ରଭାବିତ କରିବା ପାଇଁ ଗୋଟିଏ ଦଳ ଘରୋଇ ବିମାନଗୁଡ଼ିକୁ ବହୁ ପୂର୍ବରୁ ବୁକ୍‍ କରିନେଇଛି। ଘରୋଇ ବିମାନଗୁଡ଼ିକୁ ୪୫ ଦିନ ପାଇଁ ବୁକ୍‍ କରାଯାଇଥାଏ। ଘରୋଇ ବିମାନର ଭଡ଼ା ୫୭୦୦୦ ଡଲାର (ପ୍ରାୟ ୪ ଲକ୍ଷ ଟଙ୍କା) ଓ ହେଲିକପ୍ଟରର ଭଡ଼ା ୭,୨୦୦ ଡଲାର (ପ୍ରାୟ ୫ ଲକ୍ଷ ଟଙ୍କା) ପ୍ରତି ଘଣ୍ଟା ରହିଥାଏ।
ବିଜନେସ ଏୟାରକ୍ରାଫ୍ଟ ଅପରେଟର ଆସୋସିଏସନର ଏମ୍‍ଡି ଆରକେ ବଲି କହିଛନ୍ତି ଯେ ଘରୋଇ ବିମାନ ବେପାର ପ୍ରଥମେ ଆସ ପ୍ରଥମେ ନିଅ ନୀତି ଆଧାରରେ ରହିଛି। ଏଥିପାଇଁ କୌଣସି ଦଳ ସହ କିଛି ବି ବୁଝାମଣା ହୋଇନାହିଁ। ନିର୍ବାଚନୀ ସମୟରେ ହିଁ ଏୟାରକ୍ରାଫ୍ଟ କମ୍ପାନୀ ନିଜ କ୍ଷତିର ଭରଣା କରିଥାନ୍ତି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories