www.samajalive.in
Wednesday, December 10, 2025
16.1 C
Bhubaneswar

ଚଳିତ ବର୍ଷ ଭାରତରେ ବୃଦ୍ଧି ପାଇବ ଆଇଫୋନ ଉତ୍ପାଦନ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ବ୍ୟାପକ ଭାବରେ ଆଇଫୋନ ଉତ୍ପାଦନ ହେବା ନେଇ ସୂଚନା ଦେଇଛନ୍ତି ଫାକ୍ସଫୋନ ଟେକ୍ନୋଲୋଜି ଗ୍ରୁପର ଅଧକ୍ଷ ଟେରି ଗୋ। ଆପଲ କମ୍ପାନୀର ବିଭିନ୍ନ ଯନ୍ତ୍ରାଂସଗୁଡିକର ଏକତ୍ରୀକରଣ କାର୍ଯ୍ୟ କରୁଥିବା ଫାକ୍ସଫୋନ ଚୀନରେ ଆଇଫୋନ ଉତ୍ପାଦନ କରିବାକୁ ଦୀର୍ଘଦିନ ହେବ ଚେଷ୍ଟା କରୁଥିଲା। ଫାକ୍ସଫୋନ ଟେକ୍ନୋଲୋଜି ଗ୍ରୁପର ଅଧକ୍ଷ ଟେରି ଗୋଙ୍କ ସୂଚନା ମୁତାବକ କମ୍ପାନୀ ଭାରତରେ ତାର ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଛି ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭାରତ ଆମନ୍ତ୍ରଣ କରିଛନ୍ତି। ଆପଲ ତାର ବେଙ୍ଗାଲୁର ପ୍ଲାଣ୍ଟରେ ପୁରୁଣା ମଡେଲ ଫୋନ ଉତ୍ପାଦନ କରୁଥିବା ବେଳେ ଏବେ ଅଧିକ ସଂଖ୍ୟାରେ ନୂଆ ମଡେଲ ଫୋନ ଉତ୍ପାଦନ କରାଯିବ।

ଆଇଫୋନର ମୂଲ୍ୟ ଅଧିକ ହେତୁ ଭାରତରେ ଆପଲର ବିକ୍ରି ସେତେଟା ସଫଳତା ହାସଲ କରିପାରିନାହିଁ, ତେବେ ବେଙ୍ଗାଲୁରୁରେ ଉତ୍ପାଦନ ଆରମ୍ଭ ହେଲେ ଭାରତୀୟଙ୍କୁ ଆଉ ୨୦ ପ୍ରତିଶତ ଆମଦାନୀ ଟିକସ ଦେବାକୁ ପଡିବ ନାହିଁ ଫଳରେ ଆଇଫୋନ ଭାରତରେ ଶସ୍ତା ହେବା ଅନୁମାନ କରାଯାଉଛି। ସୂଚନା ଯୋଗ୍ୟ ଯେ ୨୦୧୮ରେ ଭାରତରେ ୧୭ଲକ୍ଷ ଆଇଫୋନ ବିକ୍ରି ହୋଇଛି।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories