www.samajalive.in
Monday, December 15, 2025
14.1 C
Bhubaneswar

ସୁନ୍ଦରଗଡ଼ ସଦର : କାହାକୁ ଆପଣାଇବେ ଭୋଟର ?

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ରାଜନୈତିକ ହାୱା ସମଗ୍ର ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ହାରଜିତ ଜିଲା ସଦର ମହକୁମା କାହିଁକି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏକ ପ୍ରକାର ହଡ଼କମ୍ପ ମଚାଇବ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ବିଶେଷ କରି ଏହି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବାର ରାଜନୈତିକ ସମୀକ୍ଷକମାନେ ମତ ପ୍ରଦାନ କରିଛନ୍ତି ହେଲେ ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ କୋହ ଓ ଏହି ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇଥର ବିଧାୟକ ଭାବେ ବିଜୟୀ ହୋଇ ହ୍ୟାଟ୍ରିକ ଆଶାରେ ଥିବା ଯୋଗେଶ ସିଂହଙ୍କ ରାଜନୈତିକ ପ୍ରତିଷ୍ଠା ବାଜି ଲାଗିଥିବାରୁ ନିର୍ବାଚନର ଫଳାଫଳକୁ ନେଇ ସଦର ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ମଧ୍ୟରେ ଉତ୍ସୁକୁତା ଲାଗିରହିଥିବା ବେଳେ ସୁନ୍ଦରଗଡ଼ ପାଇଁ ନୂଆ ଚେହେରା ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ କନ୍ୟା ତଥା କଂଗ୍ରେସ ପ୍ରାର୍ଥୀ ଅମିତା ବିଶ୍ବାଳଙ୍କ ପ୍ରଚାର ବେଳେ ପ୍ରତିଶୃତିକୁ ମଧ୍ୟ ଭୋଟର ଅଣଦେଖା କରୁନଥିବାର ପରିଲିକ୍ଷିତ ହୋଇଛି ।

୨୦୧୪ ନିର୍ବାଚନକୁ ସମୀକ୍ଷା କଲେ ଯୋଗେଶ ସିଂହ କଂଗ୍ରେସ ଟିକେଟରେ ଦ୍ବିତୀୟବାର ବିଜୟୀ ହୋଇଥିଲେ । ୫୩ହଜାରରୁ ଉର୍ଦ୍ଧ ଭୋଟ ପାଇଥିଲେ ମଧ୍ୟ ପରାଜିତ ହୋଇ ନିରବଚ୍ଛିନ୍ନ ଭାବେ ଦଳର ସଂଗଠନକୁ ମଜବୁତ କରି ପ୍ରଥମେ ସୁନ୍ଦରଗଡ଼ ସ୍ବତନ୍ତ୍ର ବିକାଶ ପରିଷଦର ଉପାଧ୍ୟକ୍ଷା ଓ ପରବର୍ତ୍ତୀ ସମୟରେ ଏହାର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇ ବିଭିନ୍ନ ସାମାଜିକ ଓ ଉନ୍ନୟନ ମୂଳକ କାର୍ଯ୍ୟ କରିଆସୁଥିଲେ ହେଲେ ଯୋଗେଶ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦାନ ଓ ପ୍ରତିଶୃତି ପରେ ମଧ୍ୟ ଟିକେଟ ପାଇବାରୁ ବଞ୍ଚିତ ହୋଇ କୁସୁମ ବିଜେପିରେ ଯୋଗଦେଇ ଏହି ଦଳରୁ ପ୍ରାର୍ଥୀ ହେବାରେ ସକ୍ଷମ ହୋଇଥିଲେ । ଯୋଗେଶଙ୍କ ୧୦ବର୍ଷର କାର୍ଯ୍ୟକଳାପ ଓ କୁସୁମଙ୍କ ୫ବର୍ଷର କାର୍ଯ୍ୟକଳାପକୁ ଭୋଟର ଗୁରୁତ୍ବତାର ସହ ବିଚାର କରୁଥିବାର ଜଣାପଡ଼ିଛି । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅମିତା ଦଳର ପାରମ୍ପାରିକ ଭୋଟ ଓ ନିଜ ପିତାଙ୍କ ରାଜନୈତିକ ପ୍ରଭାବକୁ ନେଇ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି । ସଦର ନିର୍ବାଚନ ମଣ୍ଡଳୀର ଇତିହାସକୁ ପର୍ଯ୍ୟାଲୋଚନା କଲେ ଏହି ନିର୍ବାଚନ ମଣ୍ଡଳୀର ସରଳ ଓ ଦୃଢ଼ ଭୋଟର ଶିଖି ଶିଖାଇବାର କଳା ଓ ଦକ୍ଷତା ପ୍ରଦର୍ଶନ କରି ସମୟନୁସାରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବାରେ ପଛେଇ ନାହାନ୍ତି ହେଲେ ଚଳିତ ନିର୍ବାଚନରେ ଭୋଟର ବିଜେପି ପ୍ରାର୍ଥୀ କୁସୁମଙ୍କ କୋହକୁ ହୃଦୟଙ୍ଗମ କରି ତାଙ୍କୁ ଚୟନ କରିବେ ବା ଯୋଗେଶଙ୍କ ପ୍ରତିଷ୍ଠାକୁ ବଜାୟ ରଖିବେ ନା ଅମିତାଙ୍କ ପ୍ରତିଶୃତିରେ ବିଶ୍ବାସ କରି ତାଙ୍କୁ ଆପଣାଇବେ ତାହା ସମୟ ହିଁ ସ୍ପଷ୍ଟ କରିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories