www.samajalive.in
Monday, December 15, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ଅନ୍ୟ ମନସ୍କ ରହିଲେ କ୍ଷତି ସହି ପାରନ୍ତି। ଚିନ୍ତାଗ୍ରସ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମରେ ଉନ୍ନତି ଓ ବ୍ୟବସାୟରେ ଲାଭ ହେବ।

ବୃଷ: ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ପ୍ରଭାବଶାଳୀ ହେବେ। ପୁଣ୍ୟବାନ୍‌ ହୋଇପାରନ୍ତି। ଶୁଦ୍ଧ ସ୍ବଭାବ ସମ୍ପନ୍ନ ହେବେ। ଜନବଲ୍ଲଭ ଭାବେ ସାମାଜିକ ଜୀବନରେ ପରିଗଣିତ ହେବେ।

- Advertisement -

ମିଥୁନ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ନୃତ୍ୟ-ସଙ୍ଗୀତ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ଯଶସ୍ବୀ ହେବେ। ଧନବାନ୍‌ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ମିଳିବ।

କର୍କଟ: ଅନ୍ୟକୁ ସାହାଯ୍ୟ କରି ନିଜେ ବିପଦର ସମ୍ମୁଖୀନ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବୁଦ୍ଧିମତାର ପରିଚୟ ସୃଷ୍ଟି କରିବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ପରୋପକାରୀ ହେବେ।

ସିଂହ: ଯାତ୍ରାଦିରେ ଲାଭବାନ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମୃଦ୍ଧିର ମୂଳଦୁଆ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।

କନ୍ୟା: ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିବେ। ଲୋକମାନଙ୍କର ଶ୍ରଦ୍ଧାର ପାତ୍ର ହୋଇପାରନ୍ତି। ଭୋଗ-ବିଳାସ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। କ୍ରୋଧ ସମ୍ବରଣ କଲେ ସୁଫଳ ମିଳିବ। ଚକ୍ଷୁପୀଡ଼ାରେ ଆକ୍ରାନ୍ତ ହୋଇପାରନ୍ତି।

ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରୀତି ଲାଭ ସୁଯୋଗ ସୃଷ୍ଟି ହୋଇଛି। ଉନ୍ନତିକର ଯୋଜନାର ଶୁଭାରମ୍ଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭାଗୀୟ ସ୍ତରରୁ ଅର୍ଥ ମିଳିବ।

ବିଛା: ତୀର୍ଥଯାତ୍ରା କରିବାର ସୁଯୋଗ ମିଳିବ। କର୍ମକ୍ଷେତ୍ରରେ କାର୍ଯ୍ୟ କରିବାର ଉତ୍ସାହ ବୃଦ୍ଧି ପାଇବ। ସ୍ନେହ-ପ୍ରୀତିରେ ସହକର୍ମୀମାନଙ୍କୁ ବାନ୍ଧି ପାରନ୍ତି। ଉଚ୍ଚକର୍ତ୍ତୃପକ୍ଷଙ୍କ ବିଶ୍ବାସଭାଜନ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ।

ଧନୁ: ପତ୍ନୀଙ୍କ ଠାରୁ ପ୍ରେରଣା ପାଇ କାର୍ଯ୍ୟ କରିବେ। ସେବା ରୂପକ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ବହୁଦିନର ଆଶା ପୂର୍ଣ୍ଣ ହୋଇପାରେ। ନିଜ କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ।

ମକର: କର୍ମକ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହୋଇପାରେ। ଘାତଚନ୍ଦ୍ର ସହିତ ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଉଚ୍ଚ ସମ୍ମାନ ଆରୋହଣ ଓ ଜଳଯାତ୍ରା କରିବା ନିଷେଧ।

କୁମ୍ଭ: କାର୍ଯ୍ୟରେ ସଫଳତା ଲାଭ କରିବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଚିନ୍ତାଧାରା ଉନ୍ନତ ମାନର ହେବ। ନୂଆ ବନ୍ଧୁଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସନ୍‌ମାର୍ଗୀ ହେବେ।

ମୀନ: ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ହେବ। ସୌଭାଗ୍ୟ ବୃଦ୍ଧିର ସମୟ ଉପସ୍ଥିତ। ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ରାଜପୂଜା ମିଳିପାରେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ଧନଶାଳୀ ହେବେ। ସତ୍‌ମାର୍ଗରେ ପରିଚାଳିତ ହୋଇପାରନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories